ବୌଦ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଜିଲ୍ଲାରେ ୩୯୬ ମି.ମି ବର୍ଷା ରେକର୍ଡ

0 614

ବୌଦ୍ଧ,୧୩/୯- ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରାରାତି ବର୍ଷା ହୋଇଥିବାବେଳେ ଆଜି ସକାଳେ ମଧ୍ୟ ବହୁ ଜୋରରେ ବର୍ଷା ହୋଇଥିଲା । ଏତେ ଜୋରରେ ବର୍ଷା ହୋଇଥିଲା ଯେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇନଥିଲା । ଅଳ୍ପସଂଖ୍ୟକ ଦୋକାନ ବଜାର ଖୋଲାରହିଥିବାବେଳେ ପରିବା ମାର୍କେଟ, ମାଛ ମାଂସ ମାର୍କେଟ ଆଜି ବସିପାରିନଥିଲା । ସହରର କଚେରୀ ଖେଳପଡିଆ, ଏଏନଏମ ଟ୍ରେନିଂ ସେଣ୍ଟର, ଖଦାଳସାହି ସହିତ ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଥିଲା । ଘରୁ କେହି ବାହାରକୁ ବାହାରିପାରୁନଥିବାରୁ ଜିଲ୍ଲାରେ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି । ଗାଡିମୋଟରରେ ଯିବାପାଇଁ ଯାତ୍ରୀମାନେ ଆସୁନଥିବାରୁ ଗାଡିମୋଟର ମଧ୍ୟ ଚଳାଚଳ ହୋଇନପାରି ବସଷ୍ଟାଣ୍ଡରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଆଜିସୁଦ୍ଧା ବୌଦ୍ଧବ୍ଲକରେ ୧୮୪ ମି.ମି, କଣ୍ଟାମାଳ ବ୍ଲକରେ ୬୦ ମି.ମି. ଏବଂ ହରଭଙ୍ଗା ବ୍ଲକରେ ୧୫୨ମି.ମି ବର୍ଷା ରେକର୍ଡ କରାଯାଇଛି ।

hiranchal ad1
Leave A Reply

Your email address will not be published.

7 + fifteen =