ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱତୀୟ କ୍ୟାମ୍ପସ ପାଚେରୀ

0 147

ଚଣ୍ଡିଖୋଲ: ଚଣ୍ଡିଖୋଲ ନିକଟସ୍ଥ ସିହାଠାରେ ନବନିର୍ମିତ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଚେରୀ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ରବିବାର ରାତିରେ ଲଘୁଚାପ ବର୍ଷା ସମୟରେ ପାଚେରୀ ଭୁଷୁଡି ପଡିଛି । କ୍ୟାମ୍ପସ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଖାମଖିଆଲ ନୀତି ଓ ଆକଳନ ଅନୁଯାୟୀ କାର୍ଯ୍ୟ ନକରି ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ହେବ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ବି ଠିକା ସଂସ୍ଥା ନିମ୍ନମାନର କରି ଅଦ୍ୟବଧି କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ବିଫଳ ହୋଇଛି । ଯଦି ପାଚେରୀର ନିର୍ମାଣରେ ଏଭଳି ଅବସ୍ଥା ନିର୍ମାଣାଧୀନ ଗୃହର ଅବସ୍ଥିତ କ’ଣ ଏଥିରୁ ଷ୍ପଷ୍ଟ ଅନୁମେୟ ହେଉଛି । ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା କାର୍ଯ୍ୟ ପ୍ରତି ଉଚ୍ଚ଼ ସ୍ତରୀୟ ତଦନ୍ତ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =