ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡିରେ ଲଗାଣ ବର୍ଷା : ଡାଇଭର୍ସନର ଉଭୟ ପାର୍ଶ୍ୱର ମାଟି ଧଶିଲା,ମରାମତି କାର୍ଯ୍ୟ ଜାରି

0 145

ଦାରିଙ୍ଗବାଡି: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷାରେ ବେହାଲ ହୋଇଛି । ସମଗ୍ର ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେତୁ ପରିସ୍ଥିତି ଶୋଚନୀୟ ହୋଇପଡିଛି । କନ୍ଧମାଳ ଜିଲ୍ଲା ଅରେଞ୍ଜ ଜୋନରେ ଥିଲେ ସୁଦ୍ଧା ୨ଦିନ ଧରି ଲଗାଣ ବର୍ଷା ଜାରି ରହିଛି ଯାହାଫଳରେ ଅଞ୍ଚଳବାସୀମାନେ ଘରୁ ବାହାରକୁ ବାହାରି ପରିନାହାନ୍ତି । ଗତକାଲି ଦିନ ତମାମ ଝିପି ଝିପି ବର୍ଷା ହେଉଥିବା ବେଳେ ରାତି ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା ଯାହାକି ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଲଗାଣ ବର୍ଷା ଫଳରେ ଦାରିଙ୍ଗବାଡି ବ୍ଲକ ରେ ଥିବା କଚ୍ଚ଼ା ରାସ୍ତା ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ୫୯ନମ୍ବର ଜାତୀୟ ରାଜପଥର ଏକ ଡାବୁଲମାହା ଠାରେ ନିର୍ମାଣଧୀନ ବ୍ରିଜର ବାମ ପାର୍ଶ୍ୱରେ ହୋଇଥିବା ଡାଇଭର୍ସନ ରାସ୍ତାଟି ନଦୀରେ ପ୍ରବଳ ପାଣି ଆସିବାରୁ ଡାଇଭର୍ସନର ଉଭୟ ପାର୍ଶ୍ୱର କିଛି ଅଂଶ ମାଟି ଧସିଯାଇଛି ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଥିବା ବେଳେ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ଆରକେଡିର ପ୍ରୋଜେକ୍ଟ ମ୍ୟାନେଜର ପଞ୍ଚାନନ ଦାସଙ୍କ ନିର୍ଦ୍ଦେଶ ପ୍ରକାରେ ଡେପୁଟି ମ୍ୟାନେଜର ଉତ୍ତମ ପଟ୍ଟନାୟକ, ଶକ୍ତି ପ୍ରସାଦ ଶୁକ୍ଳା ଏବଂ କଂସଲଟାଣ୍ଟ କର୍ମଚାରୀମାନେ ସକାଳୁ ଘଟଣା ସ୍ଥଳରେ ଉପସ୍ଥିତ ରହି ଡାଇଭର୍ସନ ଟିକୁ ସଜାଡିବାକୁ ଉଦ୍ୟମ ଜାରି ରଖିଛନ୍ତି କିନ୍ତୁ ଲଗାଣ ବର୍ଷା ଯୋଗୁଁ ସେଥିରେ ବାଧା ସୃଷ୍ଟି ହେଉଥିବା ସତ୍ତେ୍ୱ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ କର୍ମଚାରୀ ସଜାଗ ଥିବା ସହିତ ମରାମତି କାର୍ଯ୍ୟ ଜାରି ରହିଥିବା ଡେପୁଟି ମ୍ୟାନେଜର ଉତ୍ତମ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 + 17 =