ବିଭିନ୍ନ ଦାବି ନେଇ ଫୁଲବାଣୀ ମେହେନ୍ତର ସଂଘର ଧାରଣା

0 156

ଫୁଲବାଣୀ: ବିଭିନ୍ନ ଦାବିନେଇ ଫୁଲବାଣୀ ମେହେନ୍ତର ସଙ୍ଘ ପକ୍ଷରୁ ଆଜି ସଭାପତି ଶେଷଦେବ ମୁଖୀଙ୍କ ନେତୃତ୍ୱରେ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା । ସୂଚନାଯୋଗ୍ୟ ଶତାଧିକ ପୁରୁଷ ଓ ମହିଳା ମେହେନ୍ତର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଅସ୍ଥାୟୀ କର୍ମଚାରୀ ଭାବେ ଫୁଲବାଣୀ ପୌରପରିଷଦର ୭ ଗୋଟି ୱାର୍ଡରେ ଦିନ ରାତି ନାଳ ନର୍ଦ୍ଦମା, ହାଟ ପଡ଼ିଆ, ଖେଳ ପଡ଼ିଆ, ସ୍କୁଲ କଲେଜ, ବ୍ୟାଙ୍କ,ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ପ୍ରମୁଖ ସ୍ଥାନ ସାହି ଗଳି ବସ୍ତି ସଫା ସୁତାର ରଖୁଥିବା ଦେଖିବାକୁ ମିଳିଛି । ସେହି ମେହେନ୍ତର ସଫେଇ କର୍ମଚାରୀ, ଡ୍ରାଇଭର, ଆହାର କର୍ମଚାରୀ ମାନଙ୍କୁ ରେନିକୋଟ, ୟୁନିଫର୍ମ, ସାବୁନ, ଗ୍ଲୋବସ, ଜୋତା, ଝାଡୁ ଆବଶ୍ୟକ ସଫେଇ ଉପକରଣ ମିଳୁନଥିବା ବେଳେ କେତେକ ସଫେଇ କର୍ମଚାରୀମାନଙ୍କର ବର୍ଷ ବର୍ଷ ଧରି ଅର୍ଥାତ ୨୦୧୩ ମସିହାରୁ ଦରମା ଟଙ୍କାରୁ ଭବିଷ୍ୟତ ପାଣ୍ଠି ଇପିଏଫ ପାଇଁ ଯେଉଁ ୧୨ ପ୍ରତିଶତ ଟଙ୍କା କଟା ଯାଉଛି ତାହା ଜମା ଖାତାରେ ଜମା କରାଯାଉନଥିବା ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବତନ ସଫେଇ ଠିକାଦାର ଏମ ପାୱାର ଦିଲୀପ ଦାସ ସଫେଇ କର୍ମଚାରୀ ମାନଙ୍କର ୨/୩ ବର୍ଷ ଲକ୍ଷାଧିକ ଇପିଏଫ ଟଙ୍କା ପାସବୁକରେ ଡିପୋଜିଟ କରିନଥିବା ବେଳେ ବର୍ତ୍ତମାନ ଟେଣ୍ଡର ନେଇଥିବା ଠିକାଦାର ସବ୍ୟସାଚୀ ମହାକୁଲ ଆଜକୁ ଦୁଇ ମାସ ହେବ ଇପିଏଫ ଟଙ୍କା ଡିପୋଜିଟ କରିନଥିବା ଅଭିଯୋଗ ହେଉଛି । ତତ ସହିତ ମେହେନ୍ତର ବା ସଫେଇ କର୍ମଚାରୀମାନେ କୋରନା ମହାମାରୀ ସମୟରେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଏହି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି କାମ କରୁଥିବା ବେଳେ ସେହି କୋଭିଡ ବୋନସ ଟଙ୍କା ମଧ୍ୟ କର୍ମଚାରୀଙ୍କୁ ମିଳିନଥିବା ଅଭିଯୋଗ ହେଉଛି । ସଫେଇ କର୍ମଚାରୀମାନଙ୍କୁ ବର୍ଷକୁ ୧୨ଟି ଛୁଟି ମିଳିବାର ନିୟମ ରହିଥିବା ବେଳେ । ମାସର ରବିବାର ମଧ୍ୟ ଛୁଟି ମିଳୁନାହିଁ, ପ୍ରାପ୍ୟ ଦରମା ର ୨୫ ପ୍ରତିଶତ ସରକାର ବୃଦ୍ଧି କରିଥିଲେ ମଧ୍ୟ ମେହେନ୍ତରମାନଙ୍କୁ ଆଜି ପର୍ଯ୍ୟନ୍ତ ଦରମା ବୃଦ୍ଧି ଟଙ୍କା ମିଳୁନାହିଁ, ପ୍ରତ୍ୟେକ ମାସରେ ଇପିଏଫ ଟଙ୍କା ଜମା କରାଯାଉନାହିଁ । ଏ ସମସ୍ତ ଦାବିଗୁଡିକୁ ନେଇ ଫୁଲବାଣୀ ମେହେନ୍ତର ସଂଘ ପକ୍ଷରୁ ଏହି ଦାବି ଗୁଡିକ ପୁରଣ ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଫେଇ କର୍ମଚାରୀମାନେ ମ୍ୟୁନିସିପାଲିଟି କାର୍ଯ୍ୟଳୟ ଗେଟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୌରପରଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ବଳଦେବ ବେହେରା ଆସି ବର୍ତ୍ତମାନର ସଫେଇ ଠିକାଦାର ସହ ଆଲୋଚନା କରି ଦାବୀପୂରଣ ନିମନ୍ତେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five × 5 =