ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭୋଟର ସଚେତନତା କାର୍ଯ୍ୟକ୍ରମ

0 59

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ, ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ନେତୃତ୍ୱରେ ଏକ ବିରାଟ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଥ ଦେଇ ସହରର ମୁଖ୍ୟ ରାସ୍ତା ପରିଭ୍ରମଣ କରି ଭୋଟର ସଚେତନତା ସୃଷ୍ଟି କରିଥିଲେ । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସର ଅଧ୍ୟାପକ ଡକ୍ଟର ନୃସିଂହ ପ୍ରସାଦ ପାଣିଗ୍ରାହୀ, ଯୁବ ରେଡ଼କ୍ରସର ଅଧ୍ୟାପିକା ଶ୍ରୀମତି ସଂଯୁକ୍ତା ପାତ୍ର, ଏସିସିର ଅଧ୍ୟାପିକା ଶ୍ରୀମତି ଅନିତା ପାତ୍ର, କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୀମତି ବିଜୟ ଲକ୍ଷ୍ମୀ ପଣ୍ଡା, ପ୍ରାଧ୍ୟାପିକା ଶ୍ରୀମତି ଡକ୍ଟର ମନସ୍ମିନି ଦାଶ ଏବଂ ସମସ୍ତ କର୍ମଚାରୀ ଏହି ରାଲିରେ ଯୋଗଦେଇ ଭୋଟର ହେବା, ଦେଶ ଗଢ଼ିବା ଭୋଟ ଦେବା ମୌଳିକ ଅଧିକାର ସ୍ଲୋଗାନ ଦେଇ ଛାତ୍ରୀମାନେ ସହରରେ କେତେକ ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରିଥିଲେ । ଭୋଟ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରି ଥିଲେ । ଏହି କାର୍ଯ୍ୟକ୍ରମ କରିବା ପାଇଁ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାରଣା । ଏହି ବିଦ୍ୟାଳୟର ଯୁବ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏପରିକି ନିଜ ମୋବାଇଲରେ ଭୋଟର୍ସ ଆପ ମାଧ୍ୟମରେ ଭୋଟର ଲିଷ୍ଟରେ ନାମ ଯୋଡିବା ଏବଂ ଅନ୍ୟ ମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ଏହି ଭୋଟର ସଚେତନତା ରାଲିରେ ଗଜପତି ଜିଲ୍ଲାର ଆସିଷ୍ଟାଣ୍ଡ କଲେକ୍ଟର ରାଜେନ୍ଦ୍ର ଭୂୟାଁ ଏହି ରାଲିରେ ଯୋଗ ଦେଇ ଶିକ୍ଷାର୍ଥୀ ଓ କର୍ମଚାରୀମାନଙ୍କ ସହ ଭ୍ରମଣ କରି ସଚେତନତା ସୃଷ୍ଟି କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 10 =