ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଦ୍ୱାରା ଭୂମିପୂଜନ

0 330

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ଗ୍ରାମରେ ଅଖିଳ ଭାରତୀୟ ୪ହଜାର ୫ ଶହ ଗୋଣ୍ଡୱାନାଁ ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଭୂମିପୂଜନ ଉତ୍ସବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିବା ସହ ନୂତନ କମ୍ୟୁନିଷ୍ଟ ସେଣ୍ଟରର ଶୁଭ ଦେଇଥିଲେ । ଏଥିରେ ପଣ୍ଡରିପାଣି ସର୍କଲ ଅଞ୍ଚଳର ସମସ୍ତ ଗଣ୍ଡ ସମାଜର କର୍ମକର୍ତ୍ତା ସଦସ୍ୟ ଯୋଗଦେଇଥିବା ବେଳେ ଗ୍ରାମ ସମାଜର କର୍ମକର୍ତ୍ତା ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ସମାଜର ଉନ୍ନତି କ୍ଷେତ୍ରରେ ସବୁବେଳେ ମୁଁ କାମ କରିବାକୁ ସଂକଳ୍ପବଦ୍ଧ ବୋଲି ବିଧାୟକ ମେହେର କହିଥିଲେ । ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାରେ ବିଧାୟକ ଶ୍ରୀ ମେହେର ଖୁସି ବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 7 =