ଭଙ୍ଗା ଘରେ ଅସହାୟ ଅବସ୍ଥାରେ ମହିଳା,୫କିଲୋ ଚାଉଳରେ ବଞ୍ଚିଛି ଜୀବନ

0 108

ଦାରିଙ୍ଗବାଡି : ଗରିବ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ସରକାର ବହୁ ଯୋଜନା କରିଥିବା ବେଳେ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ଅପହଞ୍ଚ ହେଉଛି । ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି କିନ୍ତୁ ତାହା ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଯୋଜନ ଦୂରରେ ରହି ଯାଉଛି । ଏଭଳି ଏକ ଉଦାହାରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତର ୧୧ନମ୍ବର ୱାର୍ଡ ମଧୂପଲ୍ଲୀରେ ରହୁଥିବା ଅସହାୟ ମହିଳା ଜନ୍ମତି ଦଣ୍ଡସେନା ( ୫୬)ଙ୍କ କ୍ଷେତ୍ରରେ । ପରିବାର କହିଲେ ତାଙ୍କର କେହିଁ ନାହାନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ ଭଙ୍ଗା ଦଦରା ଘରେ ଏକୁଟିଆ ରହୁଛନ୍ତି ଖରା ବର୍ଷାରେ ଜୀବନ ବିତୁଛି ଝୁମ୍ପୁଡି କୁଡ଼ିଆ ଘରେ ।୨ ବର୍ଷ ତଳେ ସ୍ୱାମୀ କରେନ୍ଦ୍ର ଦଣ୍ଡସେନାଙ୍କ ପରଲୋକ ହୋଇଯାଇଛି । ପୁଅ ଝିଅ କେହି ନାହାନ୍ତି ଯାହା ଫଳରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି ପରିଣତ ବୟସରେ ମୂଲ ଲାଗିବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରୁନଥିଲେ ବି ପେଟରେ ଭୋକର ଜ୍ୱାଳା ଅସହ୍ୟ ଯୋଗୁଁ ବାଧ୍ୟ ହୋଇ ବେଳେ ବେଳେ ମୂଲ ଲାଗିବାକୁ ଯାଇ ଦୁଃଖ କଷ୍ଟରେ ଚଳୁଛନ୍ତି । ସରକାରୀ ସହାୟତା କହିଲେ ମାସକୁ ୫କିଲୋ ଚାଉଳ ଓ ବିଧବା ଭତ୍ତା ୫ଶହ ଟଙ୍କା । କିନ୍ତୁ ଅସହାୟ ମହିଳାଙ୍କୁ ଆହା କରିବାକୁ ପାଖରେ କେହି ନାହାନ୍ତି । ୫କିଲୋ ଚାଉଳ ମିଳୁଥିବା ବେଳେ ତାହା ଦଶରୁ ପନ୍ଦର ଦିନରେ ଶେଷ ହେଇଯାଉଥିବା ବେଳେ ବାକି ଦିନ ଭୋକ ଉପାସରେ ରହିବାକୁ ହେଉଛି ବୋଲି ଜନ୍ମତି କହି ତାଙ୍କୁ ମାସକୁ ୩୫କିଲୋ ଚାଉଳ ଦେଲେ ସେ ଆଉ ଭୋକରେ ରୁହନ୍ତେ ନାହିଁ ବୋଲି କହିଛନ୍ତି । ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ସେଗୁଡ଼ିକରୁ ଜନ୍ମତି ସୁବିଧା ପାଇ ପାରୁନାହାନ୍ତି । ତେଣୁ ଅସହାୟ ଅବସ୍ଥାରେ ରହୁଥିବା ଏହି ବିଧବା ମହିଳାଙ୍କୁ ସରକାର ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇବା ସହିତ ମାସିକ ୩୫ କିଲୋ ଚାଉଳ ଯୋଗାଇ ଦେବାକୁ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 − 6 =