ଶାଗମାଛ ମୂଲ୍ୟରେ ବିକ୍ରୀ ହେଉଛି ଜଙ୍ଗଲଜାତ ଦ୍ରବ୍ୟ

0 231

ଦଶପଲ୍ଲା : ମୁଣ୍ଡର ଝାଳ ତୁଣ୍ଡରେ ମାରି ଜଙ୍ଗଲ ସାରା ବୁଲି ବୁଲି ସଂଗ୍ରହ କରୁଥିବା ଜଙ୍ଗଲ ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଉନଥିବାରୁ ବନବାସୀ ମହିଳାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗୁରୁବାର ଦିନ ଏକତ୍ରିତ ହୋଇଥିଲେ । ସରକାର ଏଭଳି ଜିନିଷଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ ମଧ୍ୟ ଟିଡିସିସି କିମ୍ବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏହା ଉପରେ କୌଣସି ପଦକ୍ଷେପ ନେଉ ନଥିବାରୁ,ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ କ୍ଷୋଭ ପ୍ରକାଶ ପାଉଅଛି । ଏଣୁ ମହିଳାମାନେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଜନଧନ ଯୋଜନା କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି କରିବା ସହ ସେମାନଙ୍କ ଦ୍ୱାରା ସଂଗୃହୀତ ଜଙ୍ଗଲ ଜାତ ଦ୍ରବ୍ୟ କ୍ରୟ ବିକ୍ରୟ କରିବା ସଙ୍ଗେସଙ୍ଗେ ତାର ଉପଯୁକ୍ତ ମୂଲ୍ୟ ପାଇପାରିବେ । ପ୍ରକାଶ ଥାଉକି, ଦଶପଲ୍ଲା ବ୍ଲକ୍‌ ବୁଗୁଡା କଲୋନୀଠାରେ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସକାଶେ ଓର୍‌ ମାସ୍‌ ତରଫରୁ ଏକ ଖଲିପତ୍ର ସିଲାଇ ପ୍ରକଳ୍ପ ତତ୍କାଳୀନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ କର କମଳରେ, ବହୁବର୍ଷ ପୂର୍ବେ ସ୍ଥାପିତ କରାଯାଇଥିଲେ ମଧ୍ୟ ବିଭାଗୀୟ ଉଦାସୀନତା କାରଣରୁ ତାହା ବର୍ତ୍ତମାନ ରୁଗ୍‌ଣ ଅବସ୍ଥାରେ ପଡିରହିଛି । ଏହାର ପୁନରୁଦ୍ଧାର ସହିତ ଲଘୁ ବନଜାତ ଦ୍ରବ୍ୟର କ୍ରୟବିକ୍ରୟ ପାଇଁ ସୁବ୍ୟବସ୍ଥା କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two × five =