ପିପିଲି ନିର୍ବାଚନ ନେଇ ବିଜେପିର ଜୋରଦାର ପ୍ରଚାର

0 66

ପୁରୀ : ପିପିଲି ଏନଏଏସିର ବିଭିନ୍ନ ୱାର୍ଡରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ୱିତ ପାତ୍ର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଁ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିଜେପି ପ୍ରତି ବହୁମତ ଦେଇ ବିଜେପି ପ୍ରାର୍ଥୀକୁ ବିଜୟ କରିବାକୁ ଭୋଟରଙ୍କୁ କରିଛନ୍ତି ନିବେଦନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ସୁଯୋଗ ଦେଇ ପିପିଲି ବିକାଶ ଦିଗରେ ଭାଗିଦାରୀ ହେବାକୁ କରିଛନ୍ତି ନିବେଦନ । ବିଶେଷକରି ସରକାରଙ୍କ ଜନହିତକାରୀ ଯୋଜନା ବାଟମାରଣା ହେଉଥିବାର ନଗ୍ନ ଚିତ୍ର ପିପିଲିରେ ଦେଖିବାକୁ ମିଳୁଥିବା ବେଳେ ପିପିଲିରେ କଣ ବିକାଶ ହୋଇଛି ବୋଲି ବିଜେଡିକୁ ଟାର୍ଗେଟ କରିଛନ୍ତି ସମ୍ୱିତ । ୩୫ ବର୍ଷ ଧରି ପିପିଲିରେ କୌଣସି ବିକାଶ କାର୍ଯ୍ୟ ବିଜେଡି କରିନାହିଁ ବୋଲି ସମ୍ୱିତ କହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପ୍ରତି ଭଲ ପାଇବା ଭୋଟ ବାକ୍ସରେ ଦେଖିବାକୁ ମିଳିବ ବୋଲି ପ୍ରତିକିୟା ରଖିଛନ୍ତି ସମ୍ୱିତ । ସେହିପରି କଂଗ୍ରେସ ପ୍ରାର୍ଥୀ ପିପିଲିର ଭୋଟର ଏଥର କଂଗ୍ରେସ ପ୍ରତି ସମର୍ଥନ ଜାରି ରଖିବେ, ବିଗତ ଦିନ ମାନଙ୍କରେ ପିପିଲିର ଯାହା କିଛି ଉନ୍ନତି କାର୍ଯ୍ୟ ହୋଇଛି ତାହା କଂଗ୍ରେସ କରିଛି, ଏଥର ପିପିଲି ଭୋଟର ସବୁକିଛି ପରିତ୍ୟାଗ କରି କଂଗ୍ରେସକୁ ସହଯୋଗ କରି ନିର୍ବାଚିତ କରିବେ ବୋଲି ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =