ଉପକଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପିତ

0 67

ସମ୍ବଲପୁର :ଦୀର୍ଘ ଦିନରୁ ରହିଆସିଥିବା ଦାବି ଏବଂ ଆଶା ପୂରଣ ଅନୁସାରେ ନଗର ଉପକଣ୍ଠରେ ଦେବେଇପାଲି ଓ ମାଝୀପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରୟାସ ପରିବାର’ ଉଦ୍ୟମ କ୍ରମେ ‘ଏଲ ଏଣ୍ଡ ଟି ଆଇଡିପିଏଲ’ କମ୍ପାନୀ ତରଫରୁ ଏହି ଆମ୍ବୁଲାନ୍ସ ବାହନ ଯୋଗାଇ ଦିଆଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅସୁଥିବା ଜନସାଧାରଣଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା ।

hiring

ଏହା ଉପରେ ଆଖପାଖ କନଖିଣ୍ଡା, କିଲାସମା, ଶାସନ, ବିଶାଲଖିଣ୍ଡା, ତାଲବ ଓ ପ୍ରାୟ ଶହେରୁ ଉଦ୍ଧ୍ୱର୍ ଗ୍ରାମର ଲୋକେ ନିର୍ଭର କରନ୍ତି । ସେମାନଙ୍କ ପାଇଁ ଦୀର୍ଘ ଦିନରୁ ଆମ୍ବୁଲାନ୍ସ ସେବା ଦାବି ରହିଥିବାରୁ ପ୍ରୟାସ ପରିବାର ଏବଂ ଉକ୍ତ କମ୍ପାନୀଙ୍କ ମିଳିତ ଉଦ୍ୟମରେ ତାହା ପୂରଣ ହୋଇପାରିଛି । ଏଣୁ କିପରି ଭବରେ ସାଧାରଣ ଲୋକଙ୍କ ନିକଟରେ ଏହି ସେବା ପହଞ୍ଚିବ ଏବଂ ସମ୍ବଦ୍ଧ ଗ୍ରାମବାସୀ ଏଥିରୁ ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ରହିବ ବୋଲି ପ୍ରୟାସ ପରିବାର ପକ୍ଷରୁ କୁହାଯାଇଛି । ଏହି ମହତ୍‌ କାର୍ଯ୍ୟ ପାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଶେଷରେ ପ୍ରୟାସ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ।

hiranchal ad1
Leave A Reply

Your email address will not be published.

16 + seven =