ଘର ଭିତରୁ ବାହାରିଲା ମା’ ଓ ଦୁଇ ଝିଅଙ୍କ ମୃତଦେହ

0 85

ଝାରସୁଗୁଡା: ଘର ଭିତରୁ ଜଣେ ମହିଳା ଓ ଦୁଇ ଝିଅଙ୍କ ମୃତ ଦେହ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରଜରାଜନଗର ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡାରେ । ଏଠାରେ ଏକ ଘରୁ ୨୮ ବର୍ଷୀୟ ମହଳାଙ୍କ ସହ ତାଙ୍କର ୫ବର୍ଷର ଓ ତିନି ବର୍ଷର ଦୁଇଟି ଝିଅଙ୍କ ମୃତ ଦେହ ଠାବ ହୋଇଛି । ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଗୁଡିକୁ ଉଦ୍ଧାର କରିଥିଲା । ଏହା ସହିତ ପୋଲିସ ଘଟଣାର କାରଣ ଜାଣିବାକୁ ତଦନ୍ତ କରୁଥିବା ବେଳେ ଉକ୍ତ ମହିଳାଙ୍କ ସ୍ୱାମି ନିଖୋଜ ଥିବା ସୂଚନା ମିଳିଛି । ତେବେ ଘଟଣାଟି ପାରିବାରିକ କଳହ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ପୋଲିସର ତନାଘନା ପରେ ଘଟଣାର ପ୍ରକୃତ ସତ୍ୟତା ଜଣାପଡିବ ।

hiranchal ad1
Leave A Reply

Your email address will not be published.

nine − 4 =