ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

0 81

ଭୁବନେଶ୍ୱର:ତାମିଲନାଡୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର । ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଖାଲିଥିଲା ସେହି ପଦବୀ । ରାଜ୍ୟ ମୁଖ୍ୟ ସୂଚନା କମିଶନର ପଦବୀ ପାଇଁ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ କରିଥିଲେ । ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍‌ ଏମ.ଅକ୍ଷୟଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍‌ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜଳଦ କୁମାର ତ୍ରିପାଠୀଙ୍କ ନାଁରେ ମୋହର ବାଜିଥିଲା । ପୂର୍ବରୁ ସେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଦୌଡରେ ରହିଥିଲେ ।

hiranchal ad1
Leave A Reply

Your email address will not be published.

eleven − nine =