ପୁରୀ STFଙ୍କ ସଫଳତା, ବ୍ରାଉନ ସୁଗାର ଜବତ ସହ ବ୍ୟବସାୟୀ ଗିରଫ

0 45

ପୁରୀ ଏସଟିଏଫଙ୍କ ସଫଳତା । ବ୍ରାଉନ ସୁଗାର ଜବତ ସହ ବ୍ୟବସାୟୀକୁ ଗିରଫ କରିଛି ପୋଲିସ। ଗତକାଲି ପୁରୀ-ଭୁବନେଶ୍ୱରର ହରେକୃଷ୍ଣପୁର ଛକ ନିକଟରେ ଯାଞ୍ଚ ବେଳେ ସରକାରୀ ଗାଡିରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ବାଲେଶ୍ବରରୁ ଏକ ସରକାରୀ ଗାଡିରେ ବ୍ରାଉନସୁଗାର ଆଣି ପୁରୀର ବ୍ଯବସାୟୀଙ୍କୁ ଯୋଗାଇ ଦିଆଯାଉଥିଲା। ଖବର ପାଇ ପୁରୀ ଏସଟିଏଫ୍ ଚଢାଉ କରି ୩ଜଣ ବେପାରିଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତ ହେଲେ ପୁରୀ ସତ୍ଯବାଦୀ ରାୟ ଚକ୍ରଧରପୁର ଗ୍ରାମର ଦେବ ପ୍ରସାଦ ମିଶ୍ର, ଭୁବନେଶ୍ୱର ପଟିଆ ଶିଖରଚଣ୍ଡି ଅଞ୍ଚଳର ଏସ୍ କେ କରିମୁଲ୍ଲା ଓ ନୟାଗଡର ସିନ୍ଦୁରିଆ ଗ୍ରାମର ଏସ୍ କେ ଅନୁ। ସେମାନଙ୍କ ଠାରୁ ୧୦ଟି ପଲିଥିନ ପ୍ଯାକେଟରେ ୪୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ସେମାନେ ଭୁବନେଶ୍ୱରରୁ ପୁରୀକୁ ବ୍ରାଉନସୁଗାର ସପ୍ଲାଇ କରୁଥିଲେ। ଏମାନଙ୍କ ନିକଟରୁ ୪୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଯାହାର ଆନୁମାନିକ ମୁଲ୍ଯ ୪ଲକ୍ଷ ଟଙ୍କା ହେବ। ସେମାନଙ୍କ ଠାରୁ ଗୋଟିଏ କାର୍, ଗୋଟିଏ ବାଇକ ଏବଂ ୫ଟି ମୋବାଇଲ ସହ ଗୋଟିଏ ଛୋଟ ଓଜନ ମେସିନ ଜବତ ହୋଇଛି l ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା। ଗତ ଏକ ସପ୍ତାହରେ ପୁରୀରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ଯ ୧୦ଲକ୍ଷ ୪୦ହଜାର ଟଙ୍କା ହୋଇଥିବା ବେଳେ ୬ଟି ମାମଲାରେ ୧୫ରୁ ଉର୍ଦ୍ଧ୍ବ ଗିରଫ ହୋଇଛନ୍ତି। ବ୍ରାଉନସୁଗାର କାରବାର ନେଇ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଛି ଏସଟିଏଫ ଟିମ୍।

hiranchal ad1
Leave A Reply

Your email address will not be published.

5 × 2 =