ପେକ୍ସରେ ଦୁର୍ନୀତି, ଅସନ୍ତୋଷ ଚାଷୀ ଘେରିଲେ ପେକ୍ସ

0 113

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଇରାସର ପେକ୍ସରେ ଚାଷୀଙ୍କୁ ଅନ୍ଧାରରେ ରଖି କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣି ଚାଷୀ କାର୍ଯ୍ୟାଳୟ ଘେରିଛନ୍ତି । ଅଭିଯୋଗ ଅନୁସାରେ, କାହାର ଅଜାଣତରେ ଲକ୍ଷ ଲକ୍ଷ ଋଣ ଉଠିଛି ତ ଆହୁରି କାହା ପାଇଥିବା ଟଙ୍କା ଓ ଋଣରାଶି ତାଳମେଳ ନାହିଁ । ବିଭିନ୍ନ ବାହାନାରେ ପାସବୁକ୍‌ ଅପଡେଟ ହେଲା ନାହିଁ । ପାସବୁକ ଚେକବୁକ ରଖିଛନ୍ତି ବିଭାଗୀୟ ବାବୁ । ଲୋକଙ୍କ ଜମା ଖାତାରୁ ମନଇଚ୍ଛା କର୍ମଚାରୀ ଉଠାଇଛନ୍ତି ଟଙ୍କା । ତଦାରଖ ଅଧିକାରୀ ଏଠି ସଂପାଦକ ଦାୟିତ୍ୱରେ ଅଛନ୍ତି । ଏପରି ସ୍ଥିତିରେ ସହ ସଂପାଦକ ଓ ତଦାରଖ ଅଧିକାରୀ ଓରଫ୍‌ ସଂପାଦକ ଅସାଧୁ କାରବାର କରି ନୀରିହ ଚାଷୀଙ୍କ କୋଟିଟଙ୍କା ହଡପ କରିଛନ୍ତି । ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଓ ଚାଷୀଙ୍କୁ ନ୍ୟାୟ ଦାବୀ କରିଛନ୍ତି । ଚାଷୀ ଅଭିଯୋଗ ବେଙ୍କ ଅଧିକାର ଶୁଣୁ ନାହାଁନ୍ତି । ପଦସ୍ଥ ସାର୍‌ ଘୋଟାଲାରେ ନିଜେ ସଂପୃକ୍ତ । ଏପରିକି ବ୍ୟାଙ୍କ ଶାଖା ପରିଚାଳକ ଅଂଶୀଦାର ମନେହୁଏ । ତେଣୁ ଚାଷୀଙ୍କ ପାଇଁ କୃଷକ ସଂଘର୍ଷ ସମିତି ଆନ୍ଦେ।।ଳନାତ୍ମକ ପଦକ୍ଷେପ ନେଇଛି । ଅଭିଯୋଗର ଶୀଘ୍ର ନିରପେକ୍ଷ ତଦନ୍ତ ହୋଇ ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବା ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ବିଭୂଦତ୍ତ ମିଶ୍ର, ମଧୁସୂଦନ କ୍ଷେତି ପ୍ରମୁଖ କହିଥିଲେ । କମ୍‌ ସୁଧରେ ସହଜ ସରଳ କୃଷିଋଣ ସରକାର ବ୍ୟବସ୍ଥା କରିଛନ୍ତି । ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ମହାଜନୀ କାରବାର ବନ୍ଦ ହୋଇନାହିଁ । ଚାଷୀ ଆତ୍ମହତ୍ୟା କରୁଛି ।

hiranchal ad1
Leave A Reply

Your email address will not be published.

20 − four =