ଗଜପତିରେ ନୂତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0 64

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ସ୍ୱରାଜ୍ୟ ଶୀଶା ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଭାଗ ପକ୍ଷରୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ପ୍ରକାଶଥାଉକି କିଛିଦିନ ତଳେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଗୌରୀଶଙ୍କର ଶତପଥୀଙ୍କୁ ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ବଦଳି ହୋଇଯାଇଛି। ତେଣୁ ଆଜି ଦେବଗଡ଼ରେ କାର୍ଯ୍ୟରତ ଥିବା ସ୍ୱରାଜ୍ୟ ଶୀଶାଙ୍କୁ ଗଜପତି ବଦଳି ହୋଇ ନୂତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରକାଶଥାଉକି ଦୀର୍ଘ ଦିନ ହେଲା ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପଦବୀ ଖାଲି ପଡିଥିଲା। କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ବର୍ତ୍ତମାନ ନୂତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶୀଶା ଦାୟିତ୍ବ ଗ୍ରହଣ କରିଥିବାରୁ ସାମ୍ବାଦିକ ମହଲରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗରେ ଖାଲି ପଡିଥିବା ବିଭିନ୍ନ ପଦବୀ କେବେ ପୂରଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ତିନି ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି ଗଜପତି ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ । ତେଣୁ ଏଥିପ୍ରତି ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ଖାଲି ପଡିଥିବା ପଦବୀ ପୂରଣ ହୋଇ ପାରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

4 + twelve =