ଭିଜିଲାନ୍ସ କବଜାରେ ସିଡିପିଓ

0 119

ଭବାନୀପାଟଣା: ଭିଜିଲାନ୍ସ କବଜାରେ ଜିଲ୍ଲାର ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ । ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ତାଙ୍କ ବାସଭବନରେ ଚଢାଉ କରିଥିବା ଜଣାପଡ଼ିଛି ।

hiring

ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକ ମେଲରଫା ଅଙ୍ଗନବାଡି କେନ୍ଦ୍ର କର୍ମୀ ନିଯୁକ୍ତି କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ସିଡିପିଓ  ୧ ଲକ୍ଷ ଲାଞ୍ଚ ମାଗିଥିଲେ।ଏନେଇ ପ୍ରାର୍ଥୀ ଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲା ।ଅଭିଯୋଗ ପାଇବା ପରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆଜି ସିଡିପିଓ   ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ କରିବା ସହ ସିଡିପିଓଙ୍କ ଠାରୁ ରଙ୍ଗବୋଲା ଟଙ୍କା ଜବତ କରି ସିଡିପିଓ ଭବାନୀପାଟଣା ସ୍ଥିତ ବାସ ଭବନରେ ଚଢ଼ାଉ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

4 + 5 =