ମୃତ୍ୟୁର ପରୱାନା ଧରି ଅପେକ୍ଷା କରିଛି, କଣ୍ଟାମାଳବ୍ଳକ ବଡବାହାଲ-କୁନାଶିଲା ରାସ୍ତା

0 68

କଣ୍ଟାମାଳ,୨୫/୧୦- ଗ୍ରାମୀଣ ବିକାଶ ପାଇଁ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ ହେଲେ ଆବଶ୍ୟକ ଯୋଜନାର ଅଭାବ ଯୋଗୁଁ ଗ୍ରାମ୍ୟ ରାସ୍ତା ଗୁଡିକ ମରଣଯନ୍ତା ହୋଇ ପଡିରହିଛି । ଏଭଳି ରାସ୍ତାଗୁଡିକୁ ଦେଖିଲେ ମନେ ହୁଏ ସତେଯେମିତି ରାସ୍ତାଟି ମୃତ୍ୟୁର ପରୱାନା ଧରି ଅପେକ୍ଷା କରିଛି, ଟିକିଏ ଅସାବଧନତା ହେଲେ ମୃତ୍ୟୁ ସୁନିଶ୍ଚତ । ଦୁଇ ବର୍ଷରୁ ଉଦ୍ଧ୍ୱର୍ ହେଲା ଏଭଳି ଭାବେ ରାସ୍ତା ଖଣ୍ଡିକ ପଡି ରହିଛି କେତେ ପଥଚାରୀ ପଡି ଖଣ୍ଡିଆ ଖାବରା ହେଲେଣି ହେଲେ କାହାରି ନିଘା ପଡୁନାହିଁ ରାସ୍ତାଟିର ଦୂରବସ୍ଥା ପ୍ରତି । ରାସ୍ତାଟି ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକ ଘଣ୍ଟାପଡା ପଞ୍ଚାୟତର ବଡବାହାଲ ରାସ୍ତା ଯେଉଁ ରାସ୍ତା ଉପରେ ନାରାୟଣପ୍ରସାଦ, ବରଗାଁ, ଘଣ୍ଟାପଡା ଗ୍ରାମ ପଞ୍ଚାୟତର ୩୦/୩୫ଟି ରାଜସ୍ୱ ଗ୍ରାମର ଲୋକେ ନିର୍ଭରଶୀଳ । ଏହି ରାସ୍ତା ଦେଇ ଗଲେ କୌଣସି ନାଳ, ନଦୀ ଆଦି ପଡୁନଥିବାରୁ ବର୍ଷା ଏବଂ ବନ୍ୟା ସମୟରେ ଘଣ୍ଟାପଡାବାସୀଙ୍କ ବିକଳ୍ପ ରାସ୍ତାଭାବେ ବେଶ ସହାୟକ ହୋଇଥାଏ । ସଂପ୍ରତି ବନ୍ୟା ସମୟରେ ୪୧ ନଂ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ବନ୍ୟା ପାଣି ଜମି ରହୁଥିବାରୁ ଏହି ରାସ୍ତା ଦେଇ ଲୋକେ ଯାତୟାତ କରିବା ସହ ଏହି ରାସ୍ତା ଦେଇ ରିଲିଫ ସାମଗ୍ରୀ ବେଶ ଅନାୟସରେ ଯାଇପାରନ୍ତା ବୋଲି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ରାସ୍ତାଟିର ସ୍ଥାୟୀ ନିର୍ମାଣ ପ୍ରତି କୌଣସି ସ୍ତରରେ ଆନ୍ତରିକତା ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି ।

hiring


ରାସ୍ତା ଖଣ୍ଡିକ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଦ୍ୱାରା ନିର୍ମାଣ ଏବଂ ମରାମତି ହେଉଥିଲେ ହେଁ ନିର୍ମିତ କଲଭର୍ଟ ଗୁଡିକରେ ନିହାତି ନିମ୍ନମାନର କାର୍ଯ୍ୟ କରାଯାଉଥିବା ହେତୁ ମାତ୍ର ବର୍ଷେ ଦୁଇ ବର୍ଷ ମଧ୍ୟରେ ଏଗୁଡିକର ଦୂରବସ୍ଥା ଶୋଚନୀୟ ହୋଇ ପଡୁଛି । ରାସ୍ଥା ଖଣ୍ଡିକ ଜଙ୍ଗଲ ଦେଇ ଯାଇ ଥିବାରୁ ଏହାରି ନିର୍ମାଣ ପ୍ରତି ବ୍ଳକପ୍ରଶାସନ ଗୁରୁତ୍ୱ ଦେଉନଥିବା ପୋଲର ନିର୍ମାଣ ଶୈଳୀରୁ ସ୍ୱଷ୍ଟ ଜଣାପଡୁଛି । ୨୦ ଫୁଟ ଚଉଡା ବିଶିଷ୍ଟ ରାସ୍ତାରେ ଅନ୍ୟୁନ ଦେଢରୁ ଦୁଇ ଫୁଟ ଉଚ୍ଚର କ୍ରଂକିଟ ପଡିବାର ଥିବାବେଳେ ଏଠାରେ ଅତି ଖାମଖିଆଲିଭାବେ ନିମ୍ନମାନର ଲୁହା ଛଡ ଦିଆଯାଇ ମାତ୍ର ୬ ଇଞ୍ଚ ଥିକନେସରେ କଲଭର୍ଟଟି ନିର୍ମାଣ ହୋଇଥିବାରୁ ଆଜି କଲଭର୍ଟଟି ପଥଚାରୀଙ୍କ ପାଇଁ ମରଣଯନ୍ତା ସାଜି ପଡିଛି । ସର୍ବୋପରି ଏହି ରାସ୍ତାର ସ୍ଥାୟୀ ନିର୍ମାଣ ସହିତ ଆବଶ୍ୟକ କଲଭର୍ଟ ଗୁଡିକର ନିର୍ମାଣ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ରାସ୍ତାଟିକୁ ପୂର୍ତ୍ତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାକୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

20 − six =