ଏଥର ବିଧାନସଭାରେ ହୋହଲ୍ଲା ମନା

0 119

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ତାଗିଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ମୁତାବକ, ଗୃହରେ କୌଣସି ବିଧାୟକ ହୋହଲ୍ଲା କରିପାରିବେନି । ପ୍ରଶ୍ନକାଳ ସମୟରେ କେହି ବି ହୋହଲ୍ଲା କରିପାରିବେନି । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କେହି ବି ପାଟିତୁଣ୍ଡ କରିପାରିବେନି । ସିମଲାରେ ବସିଥିବା ବାଚସ୍ପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସର୍ବଦଳୀୟ ବୈଠକରେ ସବୁ ଦଳକୁ ଏନେଇ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି । ତେବେ ଡିସେମ୍ବର ୧ରୁ ୩୦ ଯାଏ ବିଧାନସଭା ଶୀତ ଅଧିବେଶନ ଚାଲିବ । ଏଥିପାଇଁ ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ । ଏଥର ବି କୋଭିଡ କଟକଣା ଭିତରେ ଚାଲିବ ଶୀତ ଅଧିବେଶନ । ଅଧିବେଶନ ପୂର୍ବରୁ ୩ ଦିନ ଧରି ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

5 × five =