ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ

0 47

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦୀର୍ଘ ୪୪ ବର୍ଷ ହେବ ଖୋଲାଯାଇନାହିଁ । ଏଭଳି ସ୍ଥଳେ ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଆବାହକ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି । ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା ସରକାର ନ କରନ୍ତି ତେବେ ଆସନ୍ତା ସପ୍ତାହରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପାଇଁ ନିଷ୍ପତ୍ତି ନେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five × one =