ଆଉନାହାନ୍ତି ଚଢେୟାପଲ୍ଲୀ ସରପଞ୍ଚ

0 385

ଦଶପଲ୍ଲା :ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ବହୁଳ ଚଢେୟାପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ କୁମାର ନାୟକ ( ୪୦ )ଙ୍କ ପରଲୋକ ଘଟିଛି । ସେ ଗତ ୬ ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଦେଢ଼ ମାସ ହେଲା ଘରକୁ ଆସିଥିଲେ । ହେଲେ ଗତକାଲି ରାତି ୧ଟା ସମୟରେ ଚଢେୟାପଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଗତକାଲି ପୂର୍ବାହ୍ନରେ ଦଶପଲ୍ଲାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ବେଳେ ତାଙ୍କ ବିୟୋଗରେ ଗଢେୟାପଲ୍ଲୀ ଅଂଚଳରେ ଗଭୀର ଶୋକରଛାୟା ଖେଳି ଯାଇଛି ।

hiranchal ad1
Leave A Reply

Your email address will not be published.

five × two =