ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

0 40

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ନାମଲେଖା ଫିସ୍‌ ବୃଦ୍ଧି ଘଟଣାକୁ ତୀବ୍ର ବିରୋଧ କରି ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକ୍‌ ରେ ତାଲା ପକାଇ ଧାରଣାରେ ବସିଛନ୍ତି ଶହଶହ ଛାତ୍ରଛାତ୍ରୀ ।
କନ୍ଧମାଳ ଜିଲ୍ଲାର ବହୁ ପୁରାତନ ଆଦିବାସୀ ମହାବିଦ୍ୟାଳୟରେ ଦୀର୍ଘ ଦିନ ହେବ ଅଧକ୍ଷ ପଦ ଖାଲି ଥିବା ବେଳେ ଦିନକୁ ଦିନ ଫିସ୍‌ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିସହିତ ମହାବିଦ୍ୟାଳୟର ପରିବେଶ ଓ ଶ୍ରେଣୀଗୃହ ଗୁଡ଼ିକ ଦିନକୁ ଦିନ ନଷ୍ଟ ହେବାକୁ ବସିଥିବା ବେଳେ ମରାମତି ନହେବା, ପିଇବା ପାଣିର ଅବ୍ୟବସ୍ଥା, ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିଲା । ଆଜି ତାହା ଉଗ୍ର ରୂପ ନେଇଛି । ଶହଶହ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଫାଟକରେ ତାଲା ପକାଇବା ସହ ଧାରଣାରେ ବସି ନାରାବାଜି ଚଳାଇଛନ୍ତି । ଆଦିବାସୀ ମୋହାବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ନକରି ଛାତ୍ରଛାତ୍ରୀମାନଙ୍କ ଠାରୁ ଅଧିକ ପଇସା ନେଉଛନ୍ତି କଲେଜ୍‌ କର୍ତ୍ତୃପକ୍ଷ । ଏଣୁ ଶୀଘ୍ର ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

hiranchal ad1
Leave A Reply

Your email address will not be published.

16 + 17 =