ଜନପ୍ରତିନିଧିଙ୍କ ଆମରଣ ଅନଶନ

0 159

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅରାଜକତା । ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ । ବ୍ଲକ୍‌ ସହକାରୀ ଯନ୍ତ୍ରୀ ବବୃବାହାନ ବେହେରା ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତି ଜନ ପ୍ରତିନିଧି । ବିଧାୟକ ଓ ସହକାରୀ ଯନ୍ତ୍ରୀ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଜନପ୍ରତିନିଧିମାନେ ବ୍ଲକ୍‌ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏଯାବତ୍‌ କୌଣଶି ସୁଫଳ ମିଳିନାହିଁ । ଫଳରେ ଆଜି ଦାରିଙ୍ଗିବାଡ଼ି ବ୍ଲକର ସମସ୍ତ ଜନ ପ୍ରତିନିଧି ଏକାଠି ହୋଇ ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବି କରିବାସହ ବିଧାୟକଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଏହି ଅନଶନ ଯାରି ରହିବ ବୋଲି କହିଛନ୍ତି ଜନ ପ୍ରତିନିଧି ।

hiranchal ad1
Leave A Reply

Your email address will not be published.

five × 5 =