ଦେବଗଡରେ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ

0 49

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମ ପଞ୍ଚାୟତ ଅଧିନ ଦେବଗଡ ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀରାମ ନବମୀ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆଜି ନୀତିକାନ୍ତି ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାର କର୍ତ୍ତା ଭାବେ କୁମୁଦ ମାଝୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ଶିବନାରାୟଣ ହୋତା ସମସ୍ତ ପୂଜା କାର୍ଯ୍ୟ କରିଥିଲେ । ସେହିପରି ଆଜିଠାରୁ ରାମଲୀଳା ଯାତ୍ରା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ରାମଜନ୍ମ ଅନୁଷ୍ଠିତ ହେବାକୁ ଥିବାବେଳେ ସୋମବାର ଦିନ ସୀତା ବିବାହ, ରାମ ବନବାସ ଅନୁଷ୍ଠିତ ହେବାକୁ ଥିବା ବେଳେ ମଙ୍ଗଳବାର ଦିନ ସୀତା ଚୋରୀ, ଶୁପଣଖା ନାଶା କର୍ଣ୍ଣ ଛେଦନ, ବୁଧବାର ଦିନ ବାଳୀବଧ, ଗୁରୁବାର ଦିନ ଲଙ୍କାପୋଡି, ୧୫ ତାରିଖ ଶୁକ୍ରବାର ଦିନ କୁମ୍ଭକର୍ଣ୍ଣ ବଝ, ତରଣୀସେନ ବଧ, ବୀରବାହୁ ବଧ, ଇନ୍ଦ୍ରଜିତ ବଧ ଆଦି ନାଟକ ମଞ୍ଚସ୍ଥ ହେବ । ସେହିପରି ୧୬ ତାରିଖ ସଂଧ୍ୟାରେ ମହିରାବଣ ବଧ ଓ ରାବଣ ବଧ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ଜିୟୁ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ ବାମଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଦେବଗଡ଼ ଗ୍ରାମରେ ଥିବା ଶ୍ରୀ ରଘୁନାଥ ଜୀୟୁଙ୍କର ପୀଠ ପୁରାତନ ପୀଠ ମାନଙ୍କ ମଧ୍ୟରେ ପ୍ରଧାନ ଅଟେ । ଆଜକୁ ପ୍ରାୟ ୨୦୦ ବର୍ଷ ଆଗରୁ ଶ୍ରୀରାମ ନବମୀ ମହୋତ୍ସବ ସ୍ୱର୍ଗତ ରାଜା ପିତାମ୍ବର ଦେବଙ୍କ ସମୟରୁ ପାଳିତ ହୋଇଆସୁଛି । ଏଠାକୁ ଆଖପାଖରେ ଥିବା ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦୦ ରୁ ଅଧିକ ସଂଖ୍ୟାରେ ଭକ୍ତ ଶ୍ରୀ ରାମ ନବମୀ ବ୍ରତ ପାଳନ କରିବା ପାଇଁ ଆସିଥାନ୍ତି ।

hiranchal ad1
Leave A Reply

Your email address will not be published.

eighteen − 15 =