ଆଡେଣୀଗଡରେ ପଞ୍ଚଶମ୍ଭୁ ମିଳନ

0 76

ହରଭଙ୍ଗା :ଗତକାଲି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ ହୋଇଆସୁଅଛି । ଚଳିତ ବର୍ଷ ରାଣୀଗଞ୍ଜର ଗୁପ୍ତେଶ୍ୱର ବାବା, ମାଲିକ ଗାଁ ର ବାଲୁଙ୍କେଶ୍ୱର ବାବା, ଶରଧାପୁରର ମହେଶ୍ୱର ବାବା, କରଡ଼ିର ଚମ୍ପେଶ୍ୱର ବାବା, ଗିରାସିଙ୍ଗାର ଧବଳେଶ୍ୱର ବାବାଙ୍କ ମହାମିଳନ ବହୁ ଆଡମ୍ବର ପାଳିତ ହୋଇଛି । ଏହି ମହାମିଳନରେ ଲୋକ କଳା ଷୋଳ ଶୁଆଙ୍ଗ ଦଣ୍ଡ ନାଚ ସହିତ ଧୂଳି ଦଣ୍ଡ ଏକତ୍ର ଦେଖିବା ମିଳିଥିଲା । ଦ୍ରୋଣ ସାହୁ, ଚିତ୍ତ ସାହୁ, ପ୍ରମୋଦ ସାହୁ, ବିରାଜ ବାରିକ, ଶଙ୍କର୍ଷଣ ଶତପଥିଙ୍କ ପରିଚାଳନା ଓ ଗ୍ରାମବାସୀଙ୍କ ସହଯୋଗରେ ମହା ନିରାଡମ୍ବରରେ ଏହି ମହାମିଳନ ଉତ୍ସବଟି ପାଳିତ ହୋଇଛି ।

hiring
hiranchal ad1
Leave A Reply

Your email address will not be published.

nineteen + 19 =