ଭିଜିଲାନ୍ସ ଜାଲରେ ବାଲିକୁଦା ସିଡ଼ିପିଓ ଓ ସୁପରଭାଇଜର

0 92

ଜଗତସିଂହପୁର: ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ସିଡ଼ିପିଓ ସରଳା ଦେଇ ଓ ସୁପରଭାଇଜର ପ୍ରତିମା ସାହୁ ମଙ୍ଗଳବାର ଦିନ କଟକ ଭିଜିଲାନ୍ସ ସେଲ୍‌ ଦ୍ୱାରା ଧାରାପଡିଛନ୍ତି । ଅଙ୍ଗବାଡ଼ି ଦିଦିଙ୍କ ଠାରୁ ଲାଞ୍ଚ ନେଇଥିବା ସମୟରେ ସିଡ଼ିପିଓ ଓ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଥିଲେ । ପରେ ଉଭୟଙ୍କୁ ଗିରଫ କରାଯିବା ସହିତ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଉଛି । ସୂଚନା ଅନୁସାରେ ବାଲିକୁଦା ବ୍ଲକ ୨୫୨ଟି ଅଙ୍ଗନବାଡ଼ି କେନ୍ଦ୍ରରେ ହୋଇଥିବା ଖେଳଣା ଯୋଗାଣ ଓ ବ୍ୟାନର ଯୋଗଣ ବାବଦକୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସେହି ଟଙ୍କା କାରବାର ସମୟରେ କଟକ ଭିଜିଲାନ୍ସ ସିଧାସଳଖ ଭାବେ ସିଡ଼ିପିଓ ୧୫ ହଜାର ଏବଂ ସୁପରଭାଇଜର ୫ହଜାର ନେଇଥିବା ସମୟରେ ତାଙ୍କୁ ଗିରଫ କରିଥିଲା । ଉଭୟଙ୍କୁ କର୍ମଚାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଥାଉକି ଜ଼ିଲ୍ଲାର ସିଡ଼ିପିଓମାନେ ଡ୍ରେସ ଯୋଗାଣ, ସ୍ୱେଟର, ଜୋତା, ଚେୟାର, ଛତୁଆ, ଯୋଗାଣ ସହିତ ଖେଳଣା ଓ ବ୍ୟାନର ଯୋଗାଣ ଇତ୍ୟାଦି କାର୍ଯ୍ୟକ୍ରମରେ ବ୍ୟାପକ ଜାଲିଆତି କରି ଅଙ୍ଗବାଡ଼ି କର୍ମୀମାନେ ମାଲାମାଲ ହେଉଛନ୍ତି । ଏପରିକି ଜ଼ିଲ୍ଲା ଓ ବ୍ଲକ ସ୍ତରରେ ଦୁର୍ନୀତିର ଚେର ମାଡିଯାଇଛି ତେବେ ବାଲିକୁଦା ସିଡ଼ିପିଓ ଭିଜିଲାନ୍ସ ହାତରେ ଧରାପଡିବା ପରେ କେବେ ଅନ୍ୟ କେନ୍ଦ୍ରରେ ସିଡ଼ିପିଓ ଏବଂ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି ତାହା ଦେଖିବାକୁ ବାକିରହିଛି । ଏହି ଘଟଣାଙ୍କୁ ନେଇ ଭିଜିଲାନ୍ସ ବିଭାଗପକ୍ଷରୁ ପିଏସେକ୍ସ ନମ୍ବର ୨୪/୮.୧୧.୨୦୨୧ ପଞ୍ଜିକୃତ ହୋଇଛି । ସିଡିପିଓ ଏବଂ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀଙ୍କ ଘର ଉପରେ ଚଢ଼ାଉ ଚାଲିଛି ଆକଳନ ପରେ ତଥ୍ୟ ସାମ୍ନାଙ୍କୁ ଆସିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

13 − 6 =