ବୌଦ୍ଧ ଏନ ଏ ସି ନିର୍ବାଚନ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

0 197

ବୌଦ୍ଧ,୧୦/୧୧:- ଆଗାମୀ ପୌର ନିର୍ବାଚନ ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୭ଟି ୱାର୍ଡ ବିଶିଷ୍ଟ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ନଂ ଓ ୨ ନଂ ୱାର୍ଡ ଅସଂରକ୍ଷିତ, ୩ନଂ, ୪ନଂ ଓ ୫ନଂ ୱାର୍ଡ ମହିଳା, ୬ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୭ନଂ ୱାର୍ଡ ଅନୁସୂଚିତ ଜନଜାତି ମହିଳା, ୮ନଂ ୱାର୍ଡ ମହିଳା, ୯ନଂ ଓ ୧୦ନଂ ୱାର୍ଡ ଅନୁସୂଚିତ ଜାତି, ୧୧ନଂ ଓ ୧୨ନଂ ୱାର୍ଡ ଅନୁସୂଚିତ ଜାତି ମହିଳା, ୧୩ନଂ ଓ ୧୪ନଂ ୱାର୍ଡ ଅସଂରକ୍ଷିତ, ୧୫ନଂ ୱାର୍ଡ ପଛୁଆ ବର୍ଗ,୧୬ନଂ ୱାର୍ଡ ଅସଂରକ୍ଷିତ ଏବଂ ୧୭ନଂ ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଣାପଡିଛି । ଏ ସଂକ୍ରାନ୍ତରେ କୌଣସି ଆପତ୍ତି ଅଭିଯୋଗ କିମ୍ବା ପ୍ରସ୍ତାବ ଚଳିତ ମାସ ୧୮ ତାରିଖ ସୁଦ୍ଧା କରାଯାଇପାରିବ ସୂଚନା ଦିଆଯାଇଛି । ଆପତ୍ତି ଅଭିଯୋଗର ତର୍ଜମା ପରେ ଆସନ୍ତା ନଭେମ୍ବର ୨୯ ତାରିଖରେ ଚୂଡାନ୍ତ ତାଲିକା ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶ ପାଇବ । ତେବେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ବିରୁଦ୍ଧରେ ଆଗାମୀ ନଭେମ୍ବର ୨୯ ରୁ ଡିସେମ୍ବର ୧୩ ତାରିଖ ମଧ୍ୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ କରାଯାଇପାରିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

four × three =