ଏନଆରଟିଏସ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀର ଛାତ୍ରୀ ଜିଲ୍ଲାରେ ପ୍ରଥମ

0 228

ଫୁଲବାଣୀ : ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୬ ଜଣ ଛାତ୍ରୀ ଚଳିତ ବର୍ଷ ଏନଆରଟିଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସେମାନେ ହେଲେ ତିତିକ୍ଷା ପଣ୍ଡା ଯିଏକି ୯୧% ରଖି ଜିଲ୍ଳାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଆଦ୍ୟାଶା ପାଣ୍ଡେ ୮୨% ,ସୁରଭି ପ୍ରଧାନ ୬୯%, ଜସ୍ମିନ ସାହୁ ୬୮%, ସ୍ୱୟଂପ୍ରଭା ପ୍ରଧାନ ୫୦%, ମୋନାଲିସା ସାହାଣୀ ୪୨% ଅଧିକାର କରିଛନ୍ତି । ଏହି ପରୀକ୍ଷା ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରେ ପରିଚାଳିତ ହୋଇ ବର୍ତ୍ତମାନ ଫଳାଫଳ ପ୍ରକାଶ ପାଇଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ । ଏନେଇ ବିଦ୍ୟାଳୟ ପରିଚାଳିତ କମିଟିର ସଭାପତି ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ରଙ୍କ ସମେତ ସଦସ୍ୟସଦସ୍ୟା କୃତି ଛାତ୍ରଛାତ୍ରୀଙ୍କୁ ଶୁଭାଶୀର୍ବାଦ ପ୍ରଦାନ ପୂର୍ବକ ସେମାନଙ୍କର ମଙ୍ଗଳ କାମନା କରିଛନ୍ତି । ଏହି ସଫଳତାର ଶ୍ରେୟ ଶିଶୁମାନଙ୍କର ଅକ୍ଲାନ୍ତ ପରିଶ୍ରମ ସାଙ୍ଗକୁ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାମାନଙ୍କର ସହଯୋଗ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଛନ୍ତି ଏବଂ ଏପରି ଶିଶୁ ଆମ ବିଦ୍ୟାଳୟର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବେ ବୋଲି ଆଶା ପୋଷଣ କରିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

four × 1 =