ଏସୟୁଜେର ସାଧାରଣ ବୈଠକ ଓ ବନ୍ଧୁ ମିଳନ

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ ଏସୟୁଜେ ଗଜପତି ଶାଖାର ସାଧାରଣ ବୈଠକ ଓ ବନ୍ଧୁ ମିଳନ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଦିଗଦର୍ଶନ ଦେବାରେ ସାମ୍ବାଦିକଙ୍କ ଭୂମିକା, ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଲାଗୁ, ସାମ୍ବାଦିକଙ୍କ ସୁରକ୍ଷା, ସ୍ଥାନୀୟ ତଥା ଜିଲ୍ଲାର ସମସ୍ୟା, ଅଭାବ ଅସୁବିଧା ସୁଧାରିବା ଦିଗରେ ନିର୍ଭୀକ ଭାବେ ସତ୍ୟ ଖବର ପ୍ରକାଶ, ଏସୟୁଜେକୁ ମଜବୁତ କରିବା ଆଦି ଉପରେ ଆଲୋଚନା ହେବା ସହ ସଂଘର ସଦସ୍ୟ ବିବେକାନନ୍ଦ ବେହେରା ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ଆର୍ଥିକ ଅନଟନରେ ଜୀବନ କାଟୁଥିବା ସାମ୍ବାଦିକମାନଙ୍କ ପ୍ରତି କୌଣସି ଉଚିତ ପଦକ୍ଷେପ ନିଆଯାଉ ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ । ଶେଷରେ ଦିବଂଗତ ସାମ୍ବାଦିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

20 − 19 =