ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିଲେ, ଜେଲ ଗଲେ ବାଂଲାଦେଶୀ ଯୁବକ

0 87

ପୁରୀ : ମହଙ୍ଗା ପଡିଲା ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍‌ କରିବା । ପୁରୀ ସିଂହଦ୍ୱାର ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଗଲା ବାଂଲାଦେଶୀ ଯୁବକ । ଗିରଫ ଅଭିଯୁକ୍ତ ହେଉଛି ବାଂଲାଦେଶର ଆକାଶ ଚୌଧୁରୀ । ଅଭିଯୁକ୍ତ ଆକାଶ ଠାରୁ ପୋଲିସ ଗୋଟିଏ ମୋବାଇଲ ଫୋନ ସହ ବାଂଲାଦେଶୀ ପାସପୋର୍ଟ ଜବତ କରିଛି । ଗତ ୧୯ ତାରିଖରେ ଆକାଶ ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ନିଜ ଫେସବୁକ୍‌ ଏବଂ ୟୁଟ୍ୟୁବରେ ଭାଇରାଲ୍‌ କରିଥିଲା । କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆକାଶ ମନ୍ଦିର ଭିତରକୁ ମୋବାଇଲ ନେବା ସହ ଗର୍ଭଗୃହ ଭିତରୁ ଚତୁର୍ଦ୍ଧା ବିଗ୍ରହଙ୍କ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ୍‌ କରିବାରେ ସଫଳ ହୋଇଥିଲା ବୋଲି ଲେଖିଥିଲା । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ, ଏକାଦଶୀ ସେବା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହି ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଆକାଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

hiranchal ad1
Leave A Reply

Your email address will not be published.

ten + twenty =