କାର୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

0 4,400

hiring

ବୌଦ୍ଧ / ବାଉଁଶୁଣୀ,୧୪/୪- ଆଜି ଅପରାନ୍ହ ପ୍ରାୟ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣି ନିକଟ ଭାରତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କାର୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଇନୋଭା କାର୍ ଓ.ଡ଼ି. 02 ଏକ୍ସ 3363 ଭୁବନେଶ୍ବର ସମ ହସପିଟାଲରୁ ବୁର୍ଲା ଯାଉଥିବା ବେଳେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଭାରତ ପେଟ୍ରୋଲ୍ ପମ୍ପ ନିକଟରେ ଗୋଟିଏ ବାଇକ କୁ ଧକ୍କା ଦେଇଥିଲା l ଫଳରେ ବାଇକ ଆରୋହୀ ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମର ଉମେଶ ହାତୀ (40) ଗୁରୁତର ଆହତ ହୋଇଥିଲେ | ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନସ୍ ଯୋଗେ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

13 − four =