ଇତିହାସରେ ପ୍ରଥମ, ଏକାସଙ୍ଗେ ଶପଥ ନେଲେ ୯ ବିଚାରପତି

0 83

ନୂଆଦିଲ୍ଲୀ : ଭାରତ ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ । ଏକାସଂଗେ ଶପଥ ନେଇଛନ୍ତି ୯ ବିଚାରପତି । ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମନ୍ନା । ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ହୋଇଛି ଏହି ଶପଥ ଗ୍ରହଣ ସମାରୋହ । ଏହା ପ୍ରଥମ ଘଟଣା, କାରଣ ଏତେ ସଂଖ୍ୟକ ଜଜଙ୍କୁ ନେଇ ବଡ ଶପଥ ସମାରୋହ ଆୟୋଜନ କରାଯାଇଥିଲା ।

hiring

ତେବେ ୯ ଜଣ ବିଚାରପତିଙ୍କ ମଧ୍ୟରୁ ତିନି ଜଣ ମହିଳା ବିଚାରପତି ଶପଥ ନେଇଛନ୍ତି । ସୂଚନା ଥାଉକି, ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ । ତେବେ ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ଜଜଙ୍କ ସଂଖ୍ୟା ୩୪ ।

hiranchal ad1
Leave A Reply

Your email address will not be published.

twenty + 13 =