ସାରଳା ବସ୍‌ କଣ୍ଡକ୍ଟରଙ୍କ ମୃତ୍ୟୁକୁ ନେଇ ପୁଲିସର ତନାଘନା

0 851

ଘୁ ଉଦୟଗିରି : ବସରେ ଯାଉଥିବା ସମୟରେ ଗତକାଲି ହଠାତ୍‌ ଝାଡବାନ୍ତି ହେବାରୁ କଣ୍ଡକ୍ଟର ସମେନ୍ଦ୍ର ଜେନା(କାଳିଆ)ଙ୍କ ଅଚାନକ ମୃତ୍ୟୁକୁ ନେଇ ଘୁ. ଉଦୟଗିରି ପୁଲିସ ତନାଘନା ଆରମ୍ଭ କରିଛି । ତାଙ୍କର ମୁହଁରୁ ଫେଣ ବାହାରୁଥିବାରୁ ଏହା ବିଷକ୍ରିୟାଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ପୁଲିସ ବସର ଡ୍ରାଇଭର ଓ ହେଲପରଙ୍କୁ ପଚରାଉଚରା କରିଛି ।
ଖବରରୁ ଜଣାପଡିଛି ଯେ,ଶାରଳା ନାମକ ଏକ ଘରୋଇ ବସ (ଓଡି ୦୨ବିପି ୮୧୮୮) ରାୟଗଡା ଠାରୁ ଭୁବନେଶ୍ୱର ଯାଉଥିଲା । ସୂଚନା ଅନୁସାରେ ରାୟଗଡ଼ାରୁ ଆସୁଥିବା ବେଳେ ବାଲିଗୁଡ଼ାରେ ରାତ୍ରି ଭଜନ କଲାପରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ।ଖାଦ୍ୟରେ ରୁଟି ଓ ଛତୁ ବାଲିଗୁଡ଼ାରେ ଖାଇଥିବା ହେଲପର ଓ ଡ୍ରାଇଭର ପ୍ରକାଶ କରିଛନ୍ତି । ଘୁ ଉଦୟଗିରି ପହଁଞ୍ଚିବାକୁ ୧୦ ରୁ ୧୨ କିମି ଥିବ ରାତିରେ କଣ୍ଡକ୍ଟର କାଳିଆଙ୍କର ଦେହ ଅସୁସ୍ଥ ହେବାକୁ ଲାଗିଲା,ସେ ହଠାତ ବାନ୍ତି କରିବା ଆରମ୍ଭ କରିଥିଲେ । ଏହାପରେ ଘୁ ଉଦୟଗିରି ଗାନ୍ଧୀ ଛକକୁ ରାତି ପ୍ରାୟ ୧୨ ଟା୫୫ ମିନଟ ସମୟରେ ସେମିତି ହିଁ ଅସୁସ୍ଥ ହେବା ଅବସ୍ଥାରେ ପହଞ୍ଚିଲେ ଏବଂ ଗାନ୍ଧୀ ଛକରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ କଣ୍ଡକ୍ଟର କହିଲେ ଝାଡା ଯିବି ଓ ଝାଡା ଗଲାପରେ ପୁଣି ଆସି ଗାଡ଼ିରେ ବସିଥିରେ । ପୁଣି ଅଧିକରୁ ଅଧିକ ବାନ୍ତି ହେବାରୁ ତାଙ୍କୁ ଗାଡିରୁ ଓହ୍ଲେଇ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ନିମନ୍ତେ ଗାଡିର ମାଲିକଙ୍କୁ ସୂଚନା ଦେଇଥିଲେ । ଗାଡ଼ିରେ ଥିବା ହେଲ୍ପର ଓ ଅନ୍ୟ ଡ୍ରାଇଭର ଜଣକ ଅଟୋ ସାହାଯ୍ୟରେ ମେଡିକାଲ ନେବା ନିମନ୍ତେ ଚେଷ୍ଟା କରିଥିଲେ କିନ୍ତୁ ନେଇପାରି ନଥିଲେ । ଶେଷରେ ଆମ୍ବୁଲାନ୍ସ ଡକେଇ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଘୁ ଉଦୟଗିରି ନେବା ପରେ ତାଙ୍କୁ ଡାକ୍ତର ମୃତ୍ୟୁ ଘଷଣା କରିଥିଲେ । ମୃତ୍ୟୁବରଣ କରିଥିବା କାଳିଆଙ୍କ ବୟସ ୫୦ ହେବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twenty − 8 =