ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

0 194

ଫୁଲବାଣୀ: କଳାହାଣ୍ଡି ଜିଲ୍ଲା ସନସାଇନ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ନାୟକଙ୍କ ହତ୍ୟା ଏବଂ ଏଥିରେ ଓଡିଶାର ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି,ତେଣୁ ତାଙ୍କୁ ଗିରଫ ସହ ମମିତାଙ୍କୁ ନ୍ୟାୟ ଦାବିରେ କନ୍ଧମାଳ ଜିଲ୍ଲା ସହ ସଂଯୋଜିକା ପ୍ରୀତିଜିନା ସେଠିଙ୍କ ନେତୃତ୍ୱରେ କନ୍ଧମାଳ ଏବିଭିପି ତରଫରୁ ବିକ୍ଷୋଭ କରାଯାଇଥିଲା । ଏହି ବିକ୍ଷୋଭରେ ବିଭାଗ କଳାମଞ୍ଚ ପ୍ରମୁଖ ରାଜନନ୍ଦିନୀ ସାହାଣୀ, ଅର୍ପିତା ନାୟକ, ସ୍ନିଗ୍ଧା ବେହେରା, କନ୍ଧମାଳ ଜିଲ୍ଲା ସିଡିଡି ପ୍ରମୁଖ ରଜତ ମହାପାତ୍ର, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା, ଆଦିତ୍ୟ ବେହେରା, ଜିଲ୍ଲା ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକ ଏବଂ ଏବିଭିପି କନ୍ଧମାଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

15 − 14 =