ଏବିଭିପି ପକ୍ଷରୁ ଘୁ.ଉଦୟଗିରିଠାରେ ନଗର ସମ୍ମିଳନୀ ଅନୁଷ୍ଠିତ

0 115

ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଠାରେ ନଗର ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର ଉପସ୍ଥିତ ରହି ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଥିଲେ ।
ନଗର ସଭାପତି ଅନନ୍ତ ଅନୁରୂପ ବେହେରା ନଗର ସମ୍ପାଦକ ଯୋଗେସ ପ୍ରଧାନ ନଗର ସହ ସମ୍ପାଦିକା ସାନିଆ ନାୟକ ସହ ସମ୍ପାଦିକା ପୁଷ୍ପାଞ୍ଜଳି ନାୟକ ନଗର ଜନଜାତି କାର୍ଯ୍ୟ ପ୍ରମୁଖ ରିତିକ ଦିଗଲ । ସୋସିଆଲ ମିଡ଼ିଆ ପ୍ରମୁଖ ନିରଞ୍ଜନ ପ୍ରଧାନ । ଆର କେଏମ ପ୍ରମୁଖ ଶୁଭସ୍ମିତା ପ୍ରଧାନ, ସ୍ପୋର୍ଟସ ପ୍ରମୁଖ ଅମରାନନ୍ଦ ପ୍ରଧାନ । ଏସଏଫଏସ ପ୍ରମୁଖ ଅଭୟ ପ୍ରଧାନ ଛାତ୍ର ସନ୍ଦେଶ ପ୍ରମୁଖ ଅମିସା ନାୟକ ।ଏସ ଏଫ ଡି ପ୍ରମୁଖ ବଳରାମ ପ୍ରଧାନ ସିଡିଡି ପ୍ରମୁଖ ଆଦିତ୍ୟ ନାୟକ । ପରିଷଦ ପାଠଶାଳା ପ୍ରମୁଖ ମହେଶ ପ୍ରଧାନ ପ୍ରମୁଖ ଯୋଗଦେଇ ବୈଠକରେ ଛାତ୍ର ମାନଙ୍କ ସମସ୍ୟା ତାର ପ୍ରତିକାର କିପରି ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟ ତୁଲାଇବେ ସେନେଇ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

five + 1 =