ଦିବ୍ୟଶଙ୍କରଙ୍କ କରିଥିଲେ ବୁଝାମଣା ଉଦ୍ୟମ : ବିଜୟ ମହାପାତ୍ର

0 105

ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି । ତେବେ ଏହାରି ବିରୋଧରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । 

hiring

ସେ କହିଛନ୍ତି ଯେ, ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା ।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ବସଭବନରେ ବୁଝାମଣା କରାଯିବାକୁ ଉଦ୍ୟମ କରାଯାଇଥିଲା ।  ଏ ସମ୍ପର୍କରେ କିଛି ଟେଲିଫୋନ କଲ ରେକର୍ଡ ପୁଲିସକୁ ମିଳିଛି ।  ପୁଲିସ ଏହାକୁ ସିଲ କଭରରେ ତୃତୀୟ ମହଲକୁ ଦେଇସାରିଛି ।  ମନ୍ତ୍ରୀଙ୍କ ସମସ୍ତ କଲ ରେକର୍ଡ ଯାଞ୍ଚ ହେଉ ।  କିଛି ଅଣଓଡ଼ିଆ ଅଫିସର ବି ଏଥିରେ ସମ୍ପୃକ୍ତ, ସେମାନେ ରିପୋର୍ଟକୁ ଚାପି ରଖିଛନ୍ତି ।  କେବଳ ମନ୍ତ୍ରୀ ନୁହଁନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସେଠାକୁ ଯାଉଥିଲେ ।  କାହିଁକି ଟିଆଇ ପରେଡ କରାଯାଉନି । ଡିଆଇଜି ଓ ଏସପି କେସକୁ ଦୁର୍ବଳ କରୁଛନ୍ତି ।  ତଦନ୍ତରୁ ଯେମିତି ଲାଗୁଛି କଳାହାଣ୍ଡି ଓ ବଲାଙ୍ଗିରରେ ସିନେମା ସୁଟିଂ ହେଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି । 

hiranchal ad1
Leave A Reply

Your email address will not be published.

20 − 16 =