ଆୟୁଷ ଡାକ୍ତରଙ୍କ ଦାବିପତ୍ର ପ୍ରଦାନ

0 256

ଦଶପଲ୍ଲା : କରୋନା ମହାମାରୀ ସମୟରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବାବେଳେ, ରାଷ୍ଟ୍ରିୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ (ଆର୍‌ବିଏସ୍‌କେ) ଆୟୁଷ ଡାକ୍ତରମାନେ ନିଜ ଜୀବନକୁ ବାଜିଲଗାଇ ପ୍ରମୁଖ ଭୂମିକା ତୁଲାଇଛନ୍ତି । ମହାମାରୀ ରୋକିବା ଦିଗରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବେଳେ ପ୍ରୋତ୍ସାହନ ରାଶି ଦେବାରେ ଟାଳଟୁଳ ନୀତି ଆପଣାଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ସେମାନଙ୍କୁ ୨୫ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବାର ନିୟମ ରହିଛି । ମାତ୍ର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ଜଣଙ୍କୁ ୨୦ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିଥିବା ବେଳେ କିଛି ଜଣଙ୍କୁ ଆଦୌ ମିଳିନଥିବା ଅଭିଯୋଗ ହୋଇଛି । ଆଜି ନୟାଗଡ ଆବିଏସ୍‌କେ ଡାକ୍ତର ଆସୋସିଏସନ୍‌ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ସଭାପତି ବରିଷ୍ଠ ଡା. କମଳାକାନ୍ତ ତ୍ରିପାଠୀ, ଉପସଭାପତି ଡା. ସନ୍ତୋଷ କୁମାର ଭୁଜବଳ, ସାଧାରଣ ସଂମ୍ପାଦକ ଡା. ସୁଜିତ କୁମାର ସାହୁଙ୍କ ନେତୃତ୍ୱରେ ଡାକ୍ତରମାନେ ଦାବିପତ୍ର ପ୍ରଦାନ କରିଥିବା ସଭାପତି ଡ଼ କମଳାକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + eight =