ସୁନୀଲ ମିଶ୍ରଙ୍କୁ ଅତି ଉତ୍କୃଷ୍ଟ ସେବା ପଦକ

0 413

ବୌଦ୍ଧ ୧୯/୧୦:-ବୌଦ୍ଧର ସୁନୀଲ ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ଅତି ଉତ୍କୃଷ୍ଟ ସେବା ପଦକ ମିଳିଥିବା ଜଣାପଡିଛି । ୨୦୧୮-୧୯ ପାଇଁ ଏହି ସମ୍ମାନ ଚଳିତ ମାସରେ ଘୋଷଣା ହୋଇଥିବା ବେଳେ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ତାଙ୍କର ୩୭ ବର୍ଷର ଉତ୍କୃଷ୍ଟ ସେବା ପାଇଁ ମିଳିଥିବା ଜଣାପଡିଛି । ଶ୍ରୀ ମିଶ୍ର ବର୍ତ୍ତମାନ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳରେ କାମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିବା ସ୍ଥଳେ, ଏହା ପୂର୍ବରୁ ୨୦୨୦ ମସିହାରେ ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟ ପାଇ ସାରିଛନ୍ତି । ଏହି ସମ୍ମାନ ପାଇବା ପରେ ତାଙ୍କର ପରିବାର, ସମ୍ପର୍କୀୟ, ବନ୍ଧୁ ମହଲ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

hiring
hiranchal ad1
Leave A Reply

Your email address will not be published.

3 × 3 =