ପୁଣି ବଢିଲା ପେଟ୍ରୋଲ ଦର

0 37

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। କ୍ରମାଗତ ଭାବେ ତୈଳଦର ବଢ଼ୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୫ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଡିଜେଲ ମଧ୍ୟ ୧୦୦ ଟଙ୍କା ପାର କରି ସାରିଲାଣି। ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲେ ମଧ୍ୟ ଏହା ହ୍ରାସ ପାଇବାର ନାଁ ଧରୁନି। ଏସବୁ ଭିତରେ ଆଜି ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି। କିନ୍ତୁ ଓଡ଼ିଶାର ରାଜଧାନୀରେ ତୈଳଦର ମହଙ୍ଗା ହୋଇଛି। ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ୨୪ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଟଙ୍କା ପାର କରିଛି। ସେହିପରି ଡିଜେଲର ଲିଟର ପିଛା ଦାମ ୧୦୩.୩୯ ଟଙ୍କା ଛୁଇଁଛି। ଗତକାଲି ପେଟ୍ରୋଲ ଓ ଡିଜେଲର ଦାମ ଅପରିବର୍ତ୍ତିତ ରହିଥିଲା।

hiring

hiranchal ad1
Leave A Reply

Your email address will not be published.

four × four =