୧୯ ଓ ୨୦ ସରକାରୀ ଛୁଟି

0 155

ଭୁବନେଶ୍ୱର: ରାଜ୍ୟ ସରକାର ୧୯ ଓ ୨୦ ତାରିଖ ଦୁଇଦିନ ଧରି ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଇଦ୍‌ ମିଲାଦ୍‌ ଓ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ଛୁଟି ଘୋଷଣା ହୋଇଛି । ଏହି ଦୁଇ ଦିନ ରାଜ୍ୟରେ ସରକାରୀ ଛୁଟି ଘୋଷଣା ହୋଇ ଥିବାବେଳେ ବ୍ୟାଙ୍କ୍‌ ଓ ବ୍ୟାଙ୍କିଙ୍ଗ୍‌ କାରବାର କରୁଥିବା ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
କେନ୍ଦ୍ରୀୟ ଆଇନ ୧୮୮୧ର ଧାରା ୨୫ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି । ୧୯ ତାରିଖ ଇଦ୍‌-ମିଲାଦ ଏବଂ ୨୦ ତାରିଖ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ସାର୍ବଜନୀନ ଛୁଟି ଘୋଷଣା ହୋଇଥିବା ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

hiranchal ad1
Leave A Reply

Your email address will not be published.

8 − two =