ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ପ୍ରଦାନ

0 243

ବୌଦ୍ଧ,୧୮/୧୦- ବୌଦ୍ଧବ୍ଲକ ଅନ୍ତର୍ଗତ ବୁରକଟା ଗ୍ରାମର ପଣ୍ଡିତ କଅଁରଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ବୁରକଟା ଗ୍ରାମର ସଷ୍ଟମି କଅଁର କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ବୌଦ୍ଧ ଷ୍ଟେଟ ବ୍ୟାଙ୍କର ବୁଟୁପାଲି ଏଡିବି ଶାଖାରେ ଏକ ଜମା ଖାତା ଥିଲା । ଏବଂ ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥାଇ ବାର୍ଷିକ ୩୩୦ ଟଙ୍କା ଲେଖାଏଁ ବୀମା କିସ୍ତି ଜମା କରିଆସୁଥିଲେ । ସଷ୍ଟମୀଙ୍କ ମୃତ୍ୟୁପରେ ଉକ୍ତ ବୀମାରାଶିକୁ ତାଙ୍କ ସ୍ୱାମୀ ପଣ୍ଡିତଙ୍କୁ ଆଜି ଷ୍ଟେଟବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଲିଡବ୍ୟାଙ୍କ ମ୍ୟାନେଜର ରବୀନ୍ଦ୍ର କୁମାର ସେଠୀଙ୍କ ଉପସ୍ଥିତିରେ ପଣ୍ଡିତଙ୍କୁ ୨ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୁଟୁପାଲି ଏଡିବି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ହେମନ୍ତ କୁମାର ପ୍ରଧାନ, ଉପଜିଲ୍ଲାପାଳ ଅଶ୍ୱିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 + 3 =