କବାଟ ତାଡି ୪୦ ଭରି ସୁନା ନେଇଗଲେ ଦୁର୍ବୃତ୍ତ

0 102

ଭୁବନେଶ୍ବର: ପୂଜା ଛୁଟିରେ ଚୋରଙ୍କୁ ମିଳିଲା ସୁଯୋଗ । ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । ରାତି ଅଧରେ ଘର କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟେରା ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଲକ୍ଷ୍ମୀସାଗର ଝାରପଡା ବୈରାଗୀ ନଗରର ହରିଷ ଚନ୍ଦ୍ର ଜେନାଙ୍କ ଘରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୁଚନା ମୁତାବକ, ଗତକାଲି ରାତ୍ରୀ ସମୟରେ ବୈରାଗୀ ନଗର ପ୍ଲଟ ନମ୍ବର ୨୩୩/୩ ରେ ରହୁଥିବା ହରିଷ ଚନ୍ଦ୍ର ଜେନାଙ୍କ ଉପରମହଲାରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ପ୍ରବେଶ କରିଥିଲେ । ଏହାପରେ ବାଲକୋନିର କବାଟ ତାଡି ୪୦ ଭରି ସୁନା ସହ ନଗଦ ୪୦ରୁ ୪୫ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଆଜି ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

4 × 3 =