“ଜନବିକାଶ’ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 57

ଜି. ଉଦୟଗିରି:ସ୍ଥାନୀୟ ବେଥେଲ ସଭାଗୃହ ଠାରେ ଜନବିକାଶ ସଂସ୍ଥା ତରଫରୁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନବିକାଶ ନିର୍ଦ୍ଦେଶକ ଫାଦର ମଦନ ସୁଆଲ ସିଂଙ୍କ ଅଧ୍ୟକ୍ଷତାରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ଯେଉଁ ସ୍କଲାରସିପ ସୁବିଧା ଅଛି ସେ ବିଷୟରେ ଅବଗତ କରାଇଥିଲେ । ସରକାରଙ୍କ ଦ୍ୱାରା ପ୍ରଦତ ଅନଲାଇନ ସ୍କଲାରସିପ କିଭଳି ପାଇପାରିବେ ଏବଂ ନିଜର ସ୍କୁଲ ଫିଜ ଟିଉସନ ଫିଜ ଦେଇପାରିବେ ସେ ଉପରେ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀ ଏହାର ସୁବିଧା ପାଇ ଆସୁଛନ୍ତି । ଡିଡବ୍ଲୁଓ ମଧ୍ୟ ସେମାନଙ୍କୁ ସହଯୋଗ କରିଥିବାରୁ ତାଙ୍କୁ ମଧ୍ୟ ଉପସ୍ଥିତ ଜନବିକାଶ ନିର୍ଦ୍ଦେଶକ ଓ ଛାତ୍ର ଛାତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =