ପଞ୍ଚାୟତ ସମିତି ଅଧିବେଶନରେ ଯୋଗଦେଲେ ବିଧାୟକ

0 146

ଜି. ଉଦୟଗିରି : ଜି. ଉଦୟଗିରି ବ୍ଲକ ପଞ୍ଚାୟତ ହଲରେ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ । ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର କିପରି ସଫଳ ରୂପାୟନ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ସ୍ଥାନୀୟ ବି.ଡି.ଓ. ବିଜୟ ପ୍ରଧାନ, ତହସିଲଦାର ଡ଼ଃ ଜନ୍ମେଜୟ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅମର ନାୟକ, ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ପ୍ରଧାନ, ସରପଞ୍ଚଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଥିଲେ । ଶେଷରେ ବିଧାୟକଙ୍କ ଦ୍ୱାରା ବ୍ଲକ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

9 + 7 =