ମୂର୍ତ୍ତି ଉଚ୍ଚତା ନେଇ ଆସିଲା ରାୟ

0 182

କଟକ : ପାଖେଇ ଆସୁଛି ଜଗଜନନୀ ମା’ଦୁର୍ଗାଙ୍କ ପୂଜା । ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଛି । କରୋନା କଟକଣା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ମୂର୍ତ୍ତି ଉଚ୍ଚତା ୪ଫୁଟରୁ ଅଧିକ ହୋଇପାରିବ ନାହିଁ । ଏଥିପାଇଁ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ତେବେ ପୂଜା ମଣ୍ଡପର ମୂର୍ତ୍ତିର୍ ଉଚ୍ଚତା ମାମଲାରେ ଆସିଲା ରାୟ । ମୂର୍ତ୍ତି ଉଚ୍ଚତା ପାଇଁ ହାଇକୋର୍ଟରେ ବାଲୁବଜାର ପୂଜା କମିଟ କରିଥିବା ଆବେଦନ ଖାରଜ ହୋଇଛି । କରୋନା ମହାମାରୀ ପାଇଁ ସରକାରଙ୍କ ନିଦେ୍ର୍ଧଶନାମା ଉପରେ କୌଣସି ହସ୍ତକ୍ଷପ କରିବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛି ।
  ପ୍ରକଶ ଯେ,  ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ପ୍ରଥମେ ରାଜ୍ୟ ସରକାର ପୂଜା ଗାଇଡଲାଇନରେ କହିଥିଲେ ।  ତେବେ ଏନେଇ ବିବାଦ ଉପୁଜିବା ପରେ ରାଜ୍ୟ ସରକାର ଓ ଶାନ୍ତି କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ଦୁଇ ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ  ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ରୋକଠୋକ ମନା କରାଯାଇଥିଲା । ଯାହାକୁ ବିରୋଧ କରି  ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ତେବେ  ମୂର୍ତ୍ତି ଉଚ୍ଚତାକୁ ନେଇ ବାଲୁବଜାର ପୂଜା କମିଟି କୋର୍ଟ ଯାଇଥିଲା । ଅନ୍ୟପଟେ ଦୀର୍ଘ ୫୦୦ବର୍ଷର ପରମ୍ପରାକୁ ଓ କଟକିଆଙ୍କ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ବାଲୁବଜାର ପୂଜାକମିଟି ସୁପ୍ରିମ କୋର୍ଟର ଦ୍ୱାରସ୍ତ ହେବେ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

five × 3 =