ବୌଦ୍ଧ: ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା ପାଳିତ

0 95

ବୌଦ୍ଧ,୧୭/୯: ଆଜି ପବିତ୍ର ବିଶ୍ୱକର୍ମା ପୂଜା ବୌଦ୍ଧ ସହରର ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ତରଫରୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ଗାଇଡଲାଇନକୁ ମାନି ଏହି ପୂଜା ପାଳନ କରାଯାଉଥିବା ଜଣାପଡିଛି । ବିଦ୍ୟୁତ ବିଭାଗ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତବିଭାଗ, ଜଳସେଚନ ବିଭାଗ, ଘରୋଇ ବସ୍‌ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଅଟୋଚାଳକ ସଂଘ, ବଢେଇ ସଂଘ ତରଫରୁ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି ।

hiring

ଏହାବ୍ୟତୀତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ମଧ୍ୟ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଇଛି । ପୂଜାମଣ୍ଡପରେ କୋଭିଡ କଟକଣା ପାଇଁ ପୂଜାରୀଙ୍କ ବ୍ୟତୀତ ତିନି ଚାରିଜଣ ପୂଜାରେ ସାମିଲ ହୋଇ ରୀତିନୀତିରେ ପୂଜା କରାଯାଇଥିଲା । ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

four + two =