ଆବର୍ଜନାରୁ ସବୁଜିମା :ଆବର୍ଜନାରୁ ସଂଗ୍ରହ କରୁଛନ୍ତି ଅମୂଲ୍ୟ ଜୀବନ

0 98

ଭୁବନେଶ୍ୱର : ପର୍ଯ୍ୟାବରଣକୁ ସୁସ୍ଥ, ସୁନ୍ଦର ଓ ସବୁଜିମା ରଖିବା ଲାଗି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡରେ ଲାଗିଛି ଶହ ଶହ ପ୍ରଜାତିର ବୃକ୍ଷ । ପ୍ରତ୍ୟେହ ବୃକ୍ଷ ଗୁଡିକରୁ ଫୁଲ, ପତ୍ର, ବିହନ, ଝଡି ତଳେ ପଡିଥାଏ । ସକାଳ ପାହିଲେ ସଫେଇ କର୍ମ·ରୀ ଏହାକୁ ଓଳାଇ ଗଛ ମୂଳରେ ହେଉ ଅଥବା ରାସ୍ତା କଡରେ ଗଦାଇଥାନ୍ତି । ଆଉ କିଛି ରାସ୍ତା କଡରେ ବସି ଫଳ ବ୍ୟବସାୟ କରୁଥିବା ବ୍ୟବସାୟୀ ମଧ୍ୟ ନିଜର ପଚିସଢି ଯାଇଥିବା ଫଳଗୁଡିକୁ ରାସ୍ତା କଡରେ ମଧ୍ୟ ଗଦାଇ ଦେଇଥାନ୍ତି । ପରବର୍ତ୍ତୀ ସମୟରେ ଆବର୍ଜନା ବୁହା ଗାଡିରେ ଏଗୁଡିକୁ ଡମ୍ପିଂୟାର୍ଡକୁ ସ୍ଥାନାନ୍ତରିତ କରାଯାଇଥାଏ । ଯାହା ଆମେ ନିତିଦିନ ଦେଖିବାକୁ ପାଇଥାଉ । ସତେଯେପରି ଆମକୁ ଲାଗିଥାଏ ଏଗୁଡିକ ଅଦରକାରୀ ଓ ମୂଲ୍ୟହୀନ । କିନ୍ତୁ ଏହି ଅଦରକାରୀ ମୂଲ୍ୟହୀନ ଜିନିଷ ଭିତରେ ଥାଏ ଅନେକ ଅମୂଲ୍ୟ ଜୀବନ । ଏହି ଅମୂଲ୍ୟ ଜୀବନ ଗୁଡିକୁ ଖୋଜି ସଂଗ୍ରହ କରିବାରେ ଲାଗିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ।

hiring


ଏ ସମ୍ପର୍କରେ ସୁଶାନ୍ତ କୁହନ୍ତି, ଏ ଅମୂଲ୍ୟ ଜୀବନ ଗୁଡିକ ହେଉଛି ବିଭିନ୍ନ ଗଛରୁ ପଡିଥିବା ନାନା କିସମର ବିହନ ଓ ପଚିସଢି ଯାଇଥିବା ବିଭିନ୍ନ ଫଳର ବିହନ । ଏହି ବିହନ ଗୁଡିକରେ ଥାଏ ଯଥେଷ୍ଟ ଶକ୍ତି ଓ ଜୀବନ । ଏଗୁଡିକୁ ଜୀବନ୍ୟାସ ଦେବା ପାଇଁ ମାଟି, ଜୈବିକସାର ଓ ବିହନ ମିଶାଇ ବିହନ ପେଣ୍ଡୁ ପ୍ରସ୍ତୁତ କରାଯାଇଥାଏ । ତା’ପରେ ଏଗୁଡିକ ଖରାରେ ଶୁଖାଯାଇଥାଏ । ଶୁଖିଗଲା ପରେ ଏହି ଅୂମଲ୍ୟ ଜୀବନଗୁଡିକୁ ବର୍ଷା ସମୟରେ ଖାଲି ସ୍ଥାନରେ ନିକ୍ଷପ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହା ଜୀବନରେ ରୂପାନ୍ତରିତ ହୋଇଥାଏ । ସଂଗୃହୀତ ବିହନଗୁଡିକୁ ବିହନ ପେଣ୍ଡୁ ପ୍ରସ୍ତୁତ କରାଯାଇ ପତିତ ଜମି ଓ ଜଙ୍ଗଲରେ ଥିବା ଖାଲି ସ୍ଥାନରେ ନିକ୍ଷେପ କରାଯିବ । ପରବର୍ତ୍ତୀ ସମୟରେ ଏହା ଏକ ସୁନ୍ଦର ସବୁଜିମା ସୃଷ୍ଟିରେ ବେଶ୍‌ ସହାୟକ ହୋଇପାରିଥାଏ ବୋଲି ସୁଶାନ୍ତ କହିଛନ୍ତି । ସଂଗୃହୀତ ବିହନ ଭିତରେ ରହିଛି ପେସ୍ତା, ପଣସ, ଚମ୍ପା, ବେଲ ଇତ୍ୟାଦି । ପାଖାପାଖି ୫ ହଜାରରୁ ଉଦ୍ଧ୍ୱର୍ ବିହନ ଏଯାବତ୍‌ ସଂଗ୍ରହ କରିସାରିଲେଣି ସେ । ପ୍ରତ୍ୟହ ଘରୁ ବାହାରୁଥିବା ବିଭିନ୍ନ ପନିପରିବା ହେଉ କି ଫଳ ହେଉ, ସେଥିରୁ ବାହାରୁଥିବା ବିହନଗୁଡିକୁ ଅଳିଆ ଡବାରେ ନ ପକାଇ ବିହନ ପେଣ୍ଡୁ ଜରିଆରେ ପତିତ ଜମିରେ ନିକ୍ଷେପ କରି ପରିବେଶ ସୁରକ୍ଷା ଦିଗରେ ସାମିଲ ହେବା ପାଇଁ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପରିବେଶ ପାଇଁ ଏହା ବହୁ ମୂଲ୍ୟବାନ । ଯାହା ତୁଳନା କରାଯାଇ ପାରିବ ନାହିଁ । ସୁଶାନ୍ତଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ବେଶ୍‌ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − five =