ପ୍ରିୟ ଜିଲ୍ଲାପାଳଙ୍କ କାର୍ଯ୍ୟରୁ ଅବସରରେ ବିଦାୟ ସମ୍ବର୍ଦ୍ଧନା

0 426

ନବରଂଗପୁର: ନବରଂଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଡ. ମିଶ୍ର ନବରଂଗପୁର ଜିଲ୍ଲାରେ ତିନି ବର୍ଷ ନଅ ମାସ ଏଗାର ଦିନ ର ଦୀର୍ଘ ସମୟର ରେକର୍ଡ଼ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ସମସ୍ତ ସରକାରୀ ବେସରକାରୀ ଓ ସବୁ ବର୍ଗର ଲୋକଙ୍କ ଅତି ପ୍ରିୟ ପ୍ରଶାସନିକ ଓ ବ୍ୟକ୍ତିତ୍ୱ ହୋଇପାରିଛନ୍ତି । ଏହି ଶେଷ ଦୁଇ ଦିନ ଡ. ମିଶ୍ରଙ୍କୁ ବିଭିନ୍ନ ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗତକାଲି ସନ୍ଧ୍ୟାରେ ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଡ. ମିଶ୍ର ଅବକାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଏହି ସ୍ୱଳ୍ପ ସମୟର କାର୍ଯ୍ୟକ୍ରମରେ କୋଭିଡ ନିୟମର ପାଳନ କରି ପ୍ରିୟ ଜିଲ୍ଲାପାଳଙ୍କୁ ଅବକରୀ ଅଧିକ୍ଷକ ଶ୍ରୀ ଧଳସାମନ୍ତଏକ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏକ ଭାବବିହ୍ୱଳ ପୂର୍ଣ୍ଣ ପରିବେଶ ମଧ୍ୟରେ ଡ. ମିଶ୍ର ଚାକିରି ଜୀବନରେ କିପରି ସରକାରୀ କର୍ମଚାରୀଙ୍କୁ ସମ୍ବିଧାନ ପରିସରରେ ରହି ସମର୍ପଣ ପୂର୍ଣ୍ଣ ସେବା ପ୍ରଦାନ କରାଯିବ ସେ ବିଷୟରେ ଅତି ସରଳ ଭାବରେ ମାର୍ଗଦର୍ଶନ କରିଥିଲେ । ଜୀବନ ଚର୍ଯ୍ୟାର କିଛି ସରଳ ଓ ମୌଳିକ ବୈଶିଷ୍ଟ୍ୟ ବର୍ଣ୍ଣନା କରିଥଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଯେଉଁ ପ୍ରୟାସ ସବୁ ବିଭାଗ ଚଳାଇଥିଲେ ତାହା ବଜାୟ ରଖିବାକୁ ଜିଲ୍ଲାପାଳ ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ , ଇନ୍ସପେକ୍ଟର ଶ୍ରୀ ସୁଧୀର କୁମାର ସାହୁ, ସବ୍‌ ଇନିସପେକ୍ଟର ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥଲେ ।

hiranchal ad1
Leave A Reply

Your email address will not be published.

16 − 11 =