କେନାଲରେ ଭାସି ଦୁଇ ନାବାଳକ ନିଖୋଜ

0 70

ଅନନ୍ଦପୁର: କେନାଲରେ ଗାଧୋଇବାକୁ ଯାଇ ଦୁଇ ନାବାଳକ ଭାସି ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଗ୍ରାମରେ । ସୂଚନା ଅନୁସାରେ ଦିନ ପ୍ରାୟ ୧୧ଟା ୩୦ ସମୟରେ ଦୁଇ ନାବାଳକ ଅନନ୍ଦପୁର ଗ୍ରାମର ହାଟଡିହି ନିକଟ କେନାଲର ହଦଗଡ ଛେନାପଦି ମୁଖ୍ୟ କେନାଲକୁ ଗାଧୋଇ ଯାଇଥିଲେ । ଏହି ସମୟରେ କେନାଲରେ ଅଧିକ ପାଣି ସୁଅ ଥିବାରୁ ଦୁଇ ନାବାଳକ ଭାସିଯାଇଥିଲେ ।
ଏହା ପରେ ଗାଁ’ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଦୁଇ ନାବାଳକଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି । କିନ୍ତୁ ଏଯାଏ ଦୁଇ ନାବାଳକଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

20 − seventeen =