ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ମହିଳା ଦଳର ସାଧାରଣ ସଂପାଦିକା ହେଲେ ରୁବିନା ପରିଡା

0 70

ଭୁବନେଶ୍ୱର : ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜୁ ମହିଳା ଦଳର ସାଧାରଣ ସଂପାଦକା ଭାବେ ରୁବିନା ପରିଡା ମନୋନୀତ ହୋଇଛନ୍ତି । ସେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତରାୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କମିଟି ଘୋଷଣା ହୋଇଛି । ଏଥିରେ ୧୨ଜଣ ଉପସଭାନେତ୍ରୀ, ୧୫ଜଣ ସାଧାରଣ ସଂପାଦିକା, ୨୧ଜଣ ସଂପାଦିକା ଓ ଜଣେ ଡିଜିଟାଲ ସଂପାଦିକାଙ୍କ ନାମ ଘୋଷଣା ହୋଇଛି ।
ଉପସଭାନେତ୍ରୀ ଭାବେ ଆରତି ବିଶ୍ୱାଳ, ସ୍ନିଗ୍ଧା ମହାନ୍ତି, ବବିତା ମହାନ୍ତି, ସଂଜୁଲତା ମଲ୍ଲିକ,ଛବି ଦାଶ, ରୀନାମଣି ବେହେରା, ବିନୟିନୀ ଜେନା, ଛବିରାଣୀ ପଣ୍ଡା, ଧରଣା ମଲ୍ଲିକ, ଶାନ୍ତିଲତା ପ୍ରଧାନ, ସରୋଜିନୀ ନନ୍ଦ, ଅନିତା ସାମଲ ମନୋନୀତ ହୋଇଛନ୍ତି । ସେହିପରି ପଦ୍ମଜା ମହାନ୍ତି, ଜୟନ୍ତୀ କର, ମମତାଜ୍‌ ବେଗମ, ମୀନାକ୍ଷୀ ପଟ୍ଟନାୟକ, ଗୀତାଞ୍ଜଳି ପଣ୍ଡା, ନର୍ମଦା ଚନ୍ଦ୍ରମା ସାହୁ, ସଂଘମିତ୍ରା ପାଲ, ଇତିଶ୍ରୀ ଚମ୍ପତ୍ତି, ଅନିତାରାଣୀ ମହାନ୍ତି, ପୂର୍ଣ୍ଣିମା ସାହୁ, ଶାନ୍ତିଲତା ସାହୁ, ଉଷାରାଣୀ ଜେନା, ରୁବିନା ପରିଡା, ସୁନିତା ବେହେରା, ଝୁନାରାଣୀ ରାଉତ ସାଧାରଣ ସଂପାଦିକା ହୋଇଛନ୍ତି ।
ସଂଯୁକ୍ତା ପାଣିଗ୍ରାହୀ, ଅରୁଣା ମହାପାତ୍ର, ରଶ୍ମିତା ସେଠା, ମମତା ରାୟ, ଲିଲି ନାୟକ, ସ୍ମରଣିକା ମହାପାତ୍ର, ମମତା ମହାପାତ୍ର, ରଶ୍ମିତା ଶ୍ରୀଚନ୍ଦନ, ବନବାସିନୀ ମଲ୍ଲିକ, ରେଣୁବାଳା ଦାସ, ଲକ୍ଷ୍ମୀ ପରିଜା, ମମତା ରଥ, ବିଜୟିନୀ ମହାରଣା, ସସ୍ମିତା ବସ୍ତିଆ, ପ୍ରତିମା ତ୍ରିପାଠୀ, ରଶ୍ମିବାଳା ସାମଲ, ପୁଷ୍ପଲତା ଦାସ, ବୀଣାପାଣି ଦାସ, ଗୀତାଞ୍ଜଳି ପଣ୍ଡା, ସ୍ୱର୍ଣ୍ଣଲତା ମହାଲିକ, ସଲିଳା ମହାପାତ୍ର ପ୍ରମୁଖ ସଂପାଦିକା ମନୋନୀତ ହୋଇଛନ୍ତି । କଳ୍ପନା ମହାନ୍ତି ଡିଜିଟାଲ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି ବୋଲି ବିଜୁ ମହିଳା ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

15 + 7 =