ମମିତାଙ୍କୁ ନ୍ୟାୟ ପାଇଁ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ଜାରି ରଖିବ ପ୍ରଦେଶ କଂଗ୍ରସ, ୧୦ରେ ଯନ୍ତରମନ୍ତରରେ କରିବ ବିକ୍ଷୋଭ

0 73

ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ମମିତା ମେହେରକୁ ନ୍ୟାୟ ଦେବାକୁ ପଲ୍ଲୀରୁ ଦି୍‌ଲଲୀ ଲଢେଇ ଜୋରଦାର କରିବ । ଆସନ୍ତା ୬ ଓ ୭ ତାରିଖରେ ରାଜଭବନ ଆଗରେ ଅହୋରାତ୍ର ଧାରଣା, ୮ ତାରିଖରେ ରାଜ୍ୟପାଳଙ୍କୁ ସ୍ମାରକପତ୍ରପ୍ରଦାନ କରି ଦିଲ୍ଲୀ ଯାତ୍ରା କରିବା ପରେ ୧୦ରେ ଓଡିଶାଭବନଠାରେ ଆବାସିକ କମିଶନରଙ୍କୁ ସ୍ମାରକପତ୍ର ଦେବ । ଏହାପରେ ସେହିଦିନ ଯନ୍ତରମନ୍ତରଠାରେ ବିକ୍ଷୋଭ କରିବ ସହ ଏଆଇସିସି କର୍ମକର୍ତ୍ତାଙ୍କ ସହ ଧାରଣା ଦେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା କହିଛନ୍ତି । ଏହି ସମ୍ମିଳନୀରେ ମହମ୍ମଦ ଅଲିମ୍‌,ଉପସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × two =